34.1 C
Bhubaneswar
Friday, March 29, 2024
Homeଓଡିଶାବିଅଁରପାଲିରେ ଆଦିବାସୀଙ୍କୁ ବାସନ୍ଦ ଘଟଣା ; ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଲ ଏବଂ ଏସ୍.ପି.ଙ୍କ ହସ୍ତକ୍ଷେପ...

ବିଅଁରପାଲିରେ ଆଦିବାସୀଙ୍କୁ ବାସନ୍ଦ ଘଟଣା ; ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଲ ଏବଂ ଏସ୍.ପି.ଙ୍କ ହସ୍ତକ୍ଷେପ ଦାବୀ କଲା ଆଦିବାସୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର): ଲୋଇସିଂହା ଥାନା ଅଧିନସ୍ଥ ବିଅଁରପାଲି ଗାଁ ରେ ଦ୍ୱିତୀୟ ଥର ବିଂଝାଳ ଆଦିବାସୀ ପରିବାରକୁ ଗାଁର ଗୋନ୍ତିଆ ଏକଘରକିଆ କରି ବାସନ୍ଦ ଅଭୀଯୋଗ ହୋଇଛି । ଦୀର୍ଘ ଆଠ ଦିନ ହେଲା ଯୁବକ କନ୍ଦା, ସ୍ୱତନ୍ତ୍ର କନ୍ଦା, ବିମ୍ବାଧର କନ୍ଦା, ଗଣତନ୍ତ୍ର କନ୍ଦା ପରିବାରକୁ ବାସନ୍ଦ କରାଯାଇଥିବା ଜିଲ୍ଲାପାଲ ଏବଂ ଆରକ୍ଷୀ ଅଧିକ୍ଷଙ୍କ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଅଭିଯୋଗ କରାଯାଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଆଦିବାସି ସଂଘ ଦାବି କରିଛି ।
ଅଭିଯୋଗ ଅନୁସାରେ ଆଦିବାସୀ ପରିବାର ସହିତ ଗାଁର କୋଣସି ବ୍ୟକ୍ତି କଥାବାର୍ତ୍ତା ନ ହେବାକୁ ଗୋନ୍ତିଆ ନିର୍ଦ୍ଦେଶ ଦେଇଛନ୍ତି । ଯିଏ କଥା ହେବ ସମ୍ପର୍କ ରଖିବ, ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି । କନ୍ଦା ପରିବାର ·ଷ ବିଳ ବାଡି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲେବର କାମ କରି ନ ଯିବାକୁ ନିଷ୍ପତ୍ତି କରିଛନ୍ତି ଗୋନ୍ତିଆ ପରିବାର, ଏହା ସହିତ ଯୁବକ କନ୍ଦାର ପୁଅମାନଙ୍କୁ ଫୁଟବଲ ପଡିଆରେ ଖେଳିବା ପାଇଁ ବନ୍ଦ କରିଛନ୍ତି ଗାଁ ଲୋକ । କୋଣସି ଲୋକ କିଣାବିକା କରି ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୋନ୍ତିଆ । ରାସ୍ତାଘାଟ, ଦୋକାନ, କଥାବାର୍ତ୍ତା, ଖେଳାବୁଲା, ଶ୍ରମିକ ଆଦି ବନ୍ଦ କରି ଦେଇଥିବାରୁ ଆଦିବାସୀ ପରିାବର ଘୋର ନିର୍ଯ୍ୟାତନା, ମାନସିକ ଅବସାଦ, ଭୟ, ଆତଙ୍କରେ ଜୀବନ ଯାପନ କରୁଛନ୍ତି । ଆଦିବାସୀ ପରିବାରକୁ ମାନସିକ ନିର୍ଯ୍ୟାତନା ଓ ଅମାନବିକ ବ୍ୟବହାର କରିବା ପାଇଁ ଗ୍ରାମବାସୀକୁ ଗୋ÷÷ନ୍ତିଆ ରାଧାକାନ୍ତ ପ୍ରଧାନ ବାଧ୍ୟ କରୁଥିବାରୁ ତାକୁ ତୁରନ୍ତ ଗିରଫ କରିବାକୁ ଆଦିବାସୀ ସଂଘ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ଠାରେ ଆଜି ଲିଖିତ ଅଭିଯୋଗ କରିଛି ।
ପୁର୍ବରୁ ୧୨.୧୦.୨୦୨୦ ରେ ଏହି ଘଟଣାକୁ ନେଇ ସଦର ଥାନା ବଲାଙ୍ଗିର ରେ ଶ୍ରୀ କନ୍ଦ ଅଭିଯୋଗ କରିଥିଲେ । ରାଧାକାନ୍ତ ପ୍ରଧାନଙ୍କ ନାମରେ ସଦର ଥାନା କେଶ ନଂ. ୩୨୩୯୧ ତା.୧୨.୧୦.୨୦୨୦ ରେ ୩ (୧)୪, ୩ (୧) (୬) ରେ ମାମଳା ରୁଜୁ ହୋଇଥିଲ।। ଆହୁରି ଗୋନ୍ତିଆଙ୍କ ନିର୍ଦ୍ଦେଶରେ ପୂର୍ବ ଶତୃତା କୁ କେନ୍ଦ୍ର କରି ସ୍ୱତନ୍ତ୍ର କନ୍ଦାକୁ ୨୫ ଦିନ ତଳେ ମାରଣାନ୍ତ୍ରକ ଆକ୍ରମଣ ହୋଇଥିଲା । ଦଫା ୫୦୬, ୩୭୯, ୩୪୧, ୨୯୪, ୩୨୩, ୪୨୨, ୩୪ ଓ ଏଟ୍ରୋସିଟି ଏକ୍ସରେ ମାମଲା ପୋଲିସ ମାମଲା ରୁଜୁ କରିଛି । କିନ୍ତୁ ପୋଲିସ ଅପରାଧିମାନଙ୍କୁ ଗିରଫ କରୁ ନ ଥିବାରୁ ବିଅଁରପାଲି ଗୋନ୍ତିଆ ବାରମ୍ବାର ଅପରାଧ ଘଟାଉଛି ଏବଂ ଆଦିବାସୀମାନଙ୍କୁ ବାସନ୍ଦ, ଏକ ଘରକିଆ କରି ଅତ୍ୟା·ର କରୁଛି ବୋଲି ସଂଘର ସଭାପତି ବ୍ରଜ କିଶୋର ସିଂଭୋଇ, ଉପ-ସଭାପତି ଶ୍ୟାମ ସୁନ୍ଦର ଭୋଇ, ଉପାଧ୍ୟକ୍ଷା ବନଲତା ମାଝି କ୍ଷୋଭ ପ୍ରକାଶ କରିବା ସହ ଆଜି ଏହି ଘଟଣାରେ ଜିଲ୍ଲାପାଳ ଏବଂ ଏସ୍.ପିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ତେବେ ଅପରାଧିମାନଙ୍କୁ ତୁରନ୍ତ ଗିରଫ ନ କଲେ ସଂଘ ମହାମେଳି କରିବ ବୋଲି ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking