34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭାରତର ୫ଟି ପ୍ରମୁଖ ଶକ୍ତିଶାଳୀ ମିଲିଟାରୀ ଫୋର୍ସ

ଭାରତର ୫ଟି ପ୍ରମୁଖ ଶକ୍ତିଶାଳୀ ମିଲିଟାରୀ ଫୋର୍ସ

୫- ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି)

ଏନଏସଜିର ନାମ ଆପଣ ସମସ୍ତେ ଶୁଣିଥିବେ । ‘ବ୍ଲାକ କ୍ୟାଟ’ ନାମରେ ପ୍ରସିଦ୍ଧ ଏହି କମାଣ୍ଡୋ ମାନେ ଭାରତର ସବୁଠରୁ ଉତ୍କୃଷ୍ଟ ଆତଙ୍କ ବିରୋଧୀ ଫୋର୍ସ । ଏହି କମାଣ୍ଡୋ ମାନେ ଭିଆଇପି ଙ୍କ ସିକ୍ୟୁରିଟି ଓ ଆତଙ୍କବାଦ ଆକ୍ରମଣ କୁ ମୁକାବିଲା କରିଥାନ୍ତି । ୮୦ ପ୍ରତିଶତରୁ ଅଧିକ ଯବାନ ଏହି ଏନଏସଜି ମିଲିଟାରୀ ପ୍ରଶିକ୍ଷଣକୁ ପୁରା କରିପାରନ୍ତି ନାହିଁ । ଏଥିରୁ ଜଣାଯାଏ ଯେ, ଏହି ପ୍ରଶିକ୍ଷଣ କେତେ କଠିନ । ଯେଉଁମାନେ ପୁରା କରିଥାନ୍ତି ସେମାନଙ୍କୁ ଫାଣ୍ଟମ କମାଣ୍ଡୋ ବନିବାକୁ ୯ ମାସର କଠିନ ଟ୍ରେନିଂ ନେବାକୁ ପଡିଥାଏ ।

୪- ଘାତକ ଫୋର୍ସ 

ଏମାନଙ୍କର କେବଳା ନାଁ ଘାତକ ନୁହଁ । ଏମାନେ ଦେଶର ଶତ୍ରୁ ମାନଙ୍କ ପାଇଁ ବେଶ୍ ଘାତକ ଅଟନ୍ତି । ଦେଶର ପ୍ରତ୍ୟେକ ସେନା ପାଖରେ ଘାତକ ସେନାର କିଛି ଅଂଶ ମୁତୟନ ଥାଆନ୍ତି । ଏହି ଫୋର୍ସଙ୍କ ପାଖରେ ବିଶ୍ୱର ସବୁଠାରୁ ଉନ୍ନତ ହତିଆର ରହିଥାଏ । ଏହି କମାଣ୍ଡୋ ପ୍ରତି ଟି ପରିସ୍ଥିତିକୁ ସାମନା କରିବା ପାଇଁ ସମ୍ପୁର୍ଣ୍ଣ ରୁପେ ପ୍ରଶିକ୍ଷିତ ଥାଆନ୍ତି । ଶତ୍ରୁକୁ ପରାଜୟ କରିବା ଏମାନଙ୍କର ଗୋଟିଏ ମାତ୍ର ଲକ୍ଷ ।

୩- ଗରୁଡ କମାଣ୍ଡୋ ଫୋର୍ସ 

ଗରୁଡ କମାଣ୍ଡୋ ଫୋର୍ସ ଭାରତୀୟ ଏୟାର ଫୋର୍ସର ସ୍ପେଶାଲ ୟୁନିଟ ଅଟେ । ଏହା ଏକ ର‌୍ୟାପିଡ ଆକ୍ସନ ଫୋର୍ସ । ଏହା ଭାରତର ଏୟାର ସ୍ପେସକୁ ସୁରକ୍ଷିତ ରଖିବାରେ କାର୍ଯ୍ୟ କରିଥାଏ । ଜଣେ ଗରୁଡ କମାଣ୍ଡୋ ହେବା ପାଇଁ ୩ ବର୍ଷର କଠିନ ଟ୍ରେନିଂ ନେବାକୁ ପଡିଥାଏ । ଏହି ଟ୍ରେନିଂ ସମୟରେ କମାଣ୍ଡୋ ମାନଙ୍କୁ ଆକାଶରେ ଯୁଦ୍ଧ କରିବା, ସଠିକ ଲକ୍ଷ କରି ଆକ୍ରମଣ କରିବା , ଖୋଜି ଖୋଜି ଆକ୍ରମଣ କରିବା , ଘନ ଜଙ୍ଗଲ ଓ ବରଫ ଅଞ୍ଚଳର ଜିବିତ ରହିବା ଓ ଡଡାଯାହାଜକୁ ହାଇଯାକ ହୋବରୁ ବଞ୍ଚାଇ ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ ।

୨- ପାରା କମାଣ୍ଡୋ

୧୯୬୬ରେ ବନାଯାଇଥିବା ଏହି ପାରା କମାଣ୍ଡୋ ଭାରତର ସୁବଠାରୁ ଅଧିକ ପ୍ରଶିକ୍ଷିତ ସ୍ପେଶାଲ ଫୋର୍ସ ଅଟେ । ଏହି ଫୋର୍ସରେ ସାମିଲ ହୋଇଥିବା କମାଣ୍ଡୋ ମାନଙ୍କୁ ବିଶ୍ୱର ସବୁଠାରୁ କଷ୍ଟକର ମିଲିଟାରୀ ଟ୍ରେନିଂ ନେବାକୁ ପଡିଥାଏ । ଯେଉଁମାନକୁ ଶାରୀରିକ, ମାନସିକ, ଓ ବୌଦ୍ଧିକ ରୁପେ ପ୍ରଶିକ୍ଷିତ କରଯାଇଥାଏ । ଭୂମି ଠୁ ନେଇ ଆକାଶ ପର୍ଯ୍ୟନ୍ତ ପାରା ମିଲିଟାରୀ ଫୋର୍ସ କମାଣ୍ଡୋ ମାନେ ପ୍ରତି ବିକଟରୁ ବିକଟ ପରିସ୍ଥିତିକୁ ସାମନା କରିବା ପାଇଁ ସକ୍ଷମ ଅଟନ୍ତି । ୧୯୭୧ ରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧ , ୧୯୮୪ରେ ହୋଇଥିବା କୁଖ୍ୟାତ ଅପରେସନ ବ୍ଲୁ ଷ୍ଟାର ଓ ୧୯୮୯ରେ ହୋଇଥିବା କାରଗିଲ ଯୁଦ୍ଧରେ ପାରା କମାଣ୍ଡୋ ମାନେ ନିଜର ଅସିମୀତ ପରାକ୍ରମର ପ୍ରଦର୍ଶନ କରିଥିଲେ ।

୧- ମାର୍କସ

ମାର୍କସ ମାରିନ କମାଣ୍ଡୋ ବା ମାର୍କସ , ଭାରତୀୟ ଜଳ ସେନାର ଏକ ମିଲିଟାରୀ ଫୋର୍ସ ଅଟେ । ଏହାର କାମ ହେଉଛି ସମୁଦ୍ର ଆଡୁ ଆସୁଥିବା କୌଣସି ବିପଦକୁ ଶୀଘ୍ର ମୁକାବିଲା କରିବ । ମାର୍କସର କମାଣ୍ଡୋ ହେବା ପାଇଁ ଜଣକୁ ଅତ୍ୟଧିକ କଠିନ ମାନସିକ ଓ ଶାରୀରିକ ଟ୍ରେନିଂ ଶେଷ କରିବାକୁ ପଡିଥାଏ । ୮ ଦିନ ଯାଏଁ ଚାଲୁଥିବା ଏମାନଙ୍କ ଟ୍ରେନିଂ ଏତେ କଠିନ ଥାଏ ଯେ, ଏହାକୁ ହେଲ୍ସ ୱିକ ବା ନର୍କର ସପ୍ତାହ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ଟ୍ରେନିଂକୁ ଦୁନିଆର ସବୁଠାରୁ କଠିନ ଟ୍ରେନିଂ କୁହାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking