34.1 C
Bhubaneswar
Friday, March 29, 2024
Homeଖେଳହାଇଜମ୍ପରେ ଭାରତକୁ ରୌପ୍ୟ

ହାଇଜମ୍ପରେ ଭାରତକୁ ରୌପ୍ୟ

ଟୋକିଓ : ଟୋକିଓ ପାରାଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ହାଇଜମ୍ପରେ ନିଷାଦ କୁମାରଙ୍କୁ ରୌପ୍ୟ ପଦକ । ପାରାଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ କୁ ବୃଦ୍ଧି । ଆଜି ସକାଳେ ଭାବିନା ପଟେଲଙ୍କୁ ମିଳିଥିଲା ରୌପ୍ୟ ପଦକ ।  ନିଷାଦ ହାଇ ଜମ୍ପରେ ୨.୦୬ ମିଟର୍ ଡେଇଁଥିଲେ ଏବଂ ରୌପ୍ୟ ପଦକ ନିଶ୍ଚିତ କରିଥିଲେ । ଆଉ ଏଥିସହିତ ସେ ଏକ ନୁତନ ରେକର୍ଡ ସୃଷ୍ଟି କରିଥିଲେ । ସକାଳେ ଟେବୁଲ୍ ଟେନିସ୍ ରେ ଭାବିନା ପଟେଲ୍ ରୌପ୍ୟ ଜିତିଥିଲେ

ପ୍ରଥମ କରି ପାରାଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଭାବିନାବେନ୍ ପଟେଲ୍‌ ଉତ୍ତମ କ୍ରୀଡ଼ିକା ଭାବେ କ୍ରୀଡ଼ା କ୍ଷେତ୍ରରେ ପରିଚିତା। କିନ୍ତୁ, ଆଜିର ଚୂଡ଼ାନ୍ତ ପ୍ରତିଯୋଗିତାରେ ଜୋଉ ୟିଙ୍ଗ୍ ତାଙ୍କ ଉପରେ ଆଧିପତ୍ୟ ଜାହିର୍‌ କରି ୬ଷ୍ଠ ଥର ଲାଗି ପାରାଲିମ୍ପିକ୍ସ୍‌ ସ୍ବର୍ଣ୍ଣ ପଦକ ହାସଲ କରି ନେଇଛନ୍ତି। ଚୀନ୍‌ର ୟିଙ୍ଗ୍‌ଙ୍କ ଠାରୁ ପଟେଲ୍‌ ୧୯ ମିନିଟ୍‌ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଛନ୍ତି।

କିନ୍ତୁ, ପାରାଲିମ୍ପିକ୍ସ୍‌ରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଉତ୍ତମ ମୁକାବିଲା କରିଥିଲେ ମଧ୍ୟ ୬ ମିନିଟ୍‌ ପରେ ପ୍ରଥମ୍ ଗେମ୍‌ରେ ସେ ପରାସ୍ତ ହୋଇଥିଲେ। ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। କିନ୍ତୁ, ତାଙ୍କର ଉତ୍କର୍ଷତା ପ୍ରତିପାଦନ ଯୋଗୁଁ ଭାରତ ଗୌରବାନ୍ବିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking