29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଭାରତର ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ: ସାତମାସରେ ୮୦ ବିଲିୟନ ଡଲାର ହ୍ରାସ

ଭାରତର ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ: ସାତମାସରେ ୮୦ ବିଲିୟନ ଡଲାର ହ୍ରାସ

ମୁମ୍ବାଇ: ଚଳିତବର୍ଷ ଫେବୃଆରୀରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଥିଲା । ସେହିଦିନଠାରୁ ଯୁଦ୍ଧର ପ୍ରଭାବ ଭାରତର ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ଉପରେ ପଡିଆସୁଛି । ବିଗତ ୭ ମାସ ମଧ୍ୟରେ ଦେଶରେ ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ୮୦ ବିଲିୟନ ଡଲାର ହ୍ରାସ ପାଇଥିବା ରିଜର୍ଭ ବ୍ୟାଙ୍କ ସୂତ୍ରରୁ ଜଣାପଡିଛି । ସେପ୍ଟେମ୍ବର ୯ ସୁଦ୍ଧା ଶେଷ ହେଉଥିବା ସପ୍ତାହରେ ଭାରତର ମୋଟ ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ୫୫୦.୮୭୧ ବିଲିୟନ ଡଲାରରେ ପହଞ୍ଚିଥିବା ଜଣାପଡିଛି । ବିଗତ ଦୁଇବର୍ଷ ମଧ୍ୟରେ ଏହା ସବୁଠାରୁ କମ ବୋଲି କୁହାଯାଇଛି । ଏପରିକି ଗତ ଏକ ସପ୍ତାହ ମଧ୍ୟରେ ଏହି ପରିମାଣ ୨.୨୩ ବିଲିୟନ ଡଲାର କମିଥିବା ଜଣାପଡିଛି । ଏହା ଦେଶର ଅର୍ଥନୀତି ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଆମେରିକୀୟ ଡଲାର, ୟୁରୋ କିମ୍ବା ବ୍ରିଟିଶ ପାଉଣ୍ଡ ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଉପରେ ହିଁ ବିଦେଶୀ ମୁଦ୍ରା ଭଣ୍ଡାର ନିର୍ଭର କରିଥାଏ । ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଯେପରି ଡଲାର ପିଛା ୮୦ ଉପରକୁ ନଯାଏ, ସେଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବର୍ତ୍ତମାନ ଡଲାର ବିକ୍ରି କରାଯାଉଛି । ଏହି ସମୟରେ ଭାରତର ଆମଦାନି କାରବାର ମଧ୍ୟ ଆଶାନୁରୂପ ରହିନଥିବାରୁ ଏହାର ପ୍ରତିକୂଳ ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡୁଛି । ୨୦୨୧ ଅକ୍ଟୋବରରେ ଭାରତର ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ଆଖିଦୃଶିଆ ସ୍ଥିତିରେ ରହିଥିଲା । ତେବେ ଚଳିତବର୍ଷ ପ୍ରାରମ୍ଭରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଏହାକୁ ନିମ୍ନଗାମୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଚଳିତବର୍ଷ ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ଧାରା ଆଶାନୁଯାୟୀ ରହିଥିଲେ ସୁଦ୍ଧା ଡଲାର-ଟଙ୍କା ବିନିମୟ ମୂଲ୍ୟରେ ହ୍ରାସ ଘଟୁଥିବାରୁ ରିଜର୍ଭ ବ୍ୟାଙ୍କକୁ ବେଶ କସରତ୍ କରିବାକୁ ପଡୁଛି । ଚଳିତବର୍ଷ ପ୍ରାରମ୍ଭରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୪ ଥିବାବେଳେ ବର୍ତ୍ତମାନ ଏହା ୮୦ ଅତିକ୍ରମ କରିବାକୁ ଯାଉଛି । ଏହାକୁ ନିୟନ୍ତ୍ରଣରେ ରଖିବାକୁ ଗତ ଜୁଲାଇରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ୧୯.୦୫ ବିଲିୟନ ଡଲାର ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ଷ୍ଟକ୍ ମାର୍କେଟରେ ଶୁକ୍ରବାର ଭାରତୀୟ ଟଙ୍କାର ମୂଲ୍ର ହ୍ରାସ ଘଟିବା ଫଳରେ ଭାରତକୁ ପୁଣି ୨୦୨୩ରେ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking