34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶୟୁଏନ୍‌ଏସ୍‌ସି ବୈଠକରେ ଭାରତର ଦାବି : ଆଫଗାନିସ୍ତାନରେ ପଦକ୍ଷେପର ସମୟ ଆସିଛି

ୟୁଏନ୍‌ଏସ୍‌ସି ବୈଠକରେ ଭାରତର ଦାବି : ଆଫଗାନିସ୍ତାନରେ ପଦକ୍ଷେପର ସମୟ ଆସିଛି

ନୂଆଦିଲ୍ଲୀ : ନିକଟରେ ତାଲିବାନ୍ ଆତଙ୍କୀ ସଂଗଠନ ଆଫଗାନିସ୍ତାନରେ ଅଧିକାଂଶ ସ୍ଥାନ ଉପରେ କବଜା କରିଥିବା ଦାବି କରିଆସିଛି । ବିଶେଷକରି ଆମେରିକା ନେତୃତ୍ୱାଧୀନ ନାଟୋ ସୈନିକ ଦେଶରୁ ପ୍ରତ୍ୟାହୃତ ହେବା ପରେ ତାଲିବାନୀମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି । ଏନେଇ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନଏସସି)ରେ ଭାରତ  ଉଦ୍‌ବେଗ ପ୍ରକାଶ କରିବା ସହ ବର୍ତ୍ତମାନ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ଠୋସ୍ ପଦକ୍ଷେପ ନେବାର ସମୟ ଆସିଛି ବୋଲି ମତ ଦେଇଛି । ଆଫଗାନିସ୍ତାନରେ ଜାରି ରହିଥିବା ହିଂସାକାଣ୍ଡ ଆଞ୍ଚଳିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିôବାରୁ ଠୋସ୍ ପଦକ୍ଷେପ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବାକୁ ହେଲେ ତୁରନ୍ତ ଆତଙ୍କୀଙ୍କ ଶିବିର ଓ ଆଧିପତ୍ୟକୁ ନଷ୍ଟ କରିବାକୁ ପଡ଼ିବ । ଏହା ପଛରେ ପାକିସ୍ତାନର ମଧ୍ୟ ସକ୍ରିୟ ଭୂମିକା ରହିଛି । ଆଫଗାନିସ୍ତାନ ପାଇଁ  ଥିବା ମହାସଚିବ ଓ ୟୁଏନ୍ ଆସିଷ୍ଟାନ୍ସ ମିଶନ୍ ଇନ୍ ଆଫଗାନିସ୍ତାନ (ଉନାମା) ଡେବୋରାହ ଲିଅନ୍ସ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ । ଏହି ବିବରଣୀ ପ୍ରଦାନରେ ଉନାମାର ନୂଆ ସ୍ଥାୟୀ ପ୍ରତିନିଧି ଗୁଲାମ୍ ଏମ. ଆଇସାକଜାଇ ମଧ୍ୟ ଭାଗ ନେଇଥିଲେ । ପରବର୍ତ୍ତୀ ସମୟରେ ରୁଦ୍ଧଦ୍ୱାର କୋଠରୀ ବୈଂକ ମଧ୍ୟ ହୋଇଥିଲା । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି କହିଥିଲେ ଯେ ଅନ୍ତର୍ଜାତୀୟ ସମୂହ ବିଶେଷକରି ୟୁଏନ୍‌ଏସସି ପରିସ୍ଥିତିର ଯାଞ୍ଚ୍ କରିବା ସହ ଆଫଗାନିସ୍ତାନରେ କିପରି ଭାବେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ଉଚିତ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking