32.1 C
Bhubaneswar
Thursday, March 28, 2024
Homeଖେଳରାଜକୋଟରେ ରାଜକୀୟ ବିଜୟ : ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ହରାଇଲା ଭାରତ

ରାଜକୋଟରେ ରାଜକୀୟ ବିଜୟ : ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ହରାଇଲା ଭାରତ

ରାଜକୋଟ: ମୁମ୍ବାଇରେ ମାନସମ୍ମାନ ହରାଇଥିବା ବିରାଟ କୋହଲି ବାହିନୀ ରାଜକୋଟରେ ରାଜକୀୟ ବିଜୟ ହାସଲ କରିଛନ୍ତି। ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇଆସିଛି। ଶୁକ୍ରବାର ଭାରତ ୩୬ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତର ୩୪୦/୬ ଜବାବରେ କଙ୍ଗାରୁ ଦଳ ୫ ବଲ୍ ପୂର୍ବରୁ ୩୦୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।
ଶୁକ୍ରବାର ମ୍ୟାଚରେ ଭାରତୀୟ ବୋଲରମାନେ ନିୟନ୍ତ୍ରଣରେ ବୋଲିଂ କରିଥିଲେ। ଦଳର ସମସ୍ଥ ବୋଲର ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଦେଖାଯାଇଛି। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି। ସେହିଭଳି ନବଦୀପ ସାଇନି, ରବିନ୍ଦ୍ର ଜାଡେଜା ଓ କୂଳଦୀପ ଯାଦବ ଦୁଇଟି ଲାଖେ ୱିକେଟ ନେଇଥିଲେ। ଜଶପ୍ରୀତ ବୁମ୍ରା ଗୋଟିଏ ୱିକେଟ ନେଇଥିଲେ।
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୧୦ୱିକେଟରେ ପରାସ୍ତ କରିଥିଲା। ଏହାର ଜବାବରେ ଦ୍ବିତୀୟ ମ୍ୟାଚକୁ ଭାରତ ଏକତରଫା ଭାବେ ହାତେଇ ନେଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking