27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିଦେଶରେ ବ୍ୟାପକ ହେଉଛି ଭାରତୀୟ ବୈଦିକ ସଂସ୍କୃତି

ବିଦେଶରେ ବ୍ୟାପକ ହେଉଛି ଭାରତୀୟ ବୈଦିକ ସଂସ୍କୃତି

ଋଷିଆ(ଦୀନବନ୍ଧୁ ଷଡ଼ଙ୍ଗୀ) : ଭାରତର ସନାତନ ସଂସ୍କୃତି ବା ବୈଦିକ ସଂସ୍କୃତି ବିଦେଶ ମାଟିରେ ଦିନକୁ ଦିନ ବ୍ୟାପ୍ତ ହେବାରେ ଲାଗିଛି । ସଦ୍ୟ ପ୍ରାପ୍ତ ଖବର ଅନୁସାରେ ଗତ ମଇ ମାସ ୩୧ ତାରିଖରେ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ବିଶ୍ଵବ୍ୟାପୀ ସାଧକମାନେ ସ୍ବଗୃହରେ ଯଜ୍ଞ ଅନୁଷ୍ଠାନ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହାର ପ୍ରଭାବ ପାଶ୍ଚାତ୍ୟ ଜଗତରେ ମଧ୍ୟ ଅନୁଭୂତ ହୋଇଛି ।
ଲୋକମାନେ ଅନଲାଇନ ଜରିଆରେ ଭିଡିଓ ଦେଖି ଯଜ୍ଞ ପ୍ରକ୍ରିୟା ଶିଖିବା ଆରମ୍ଭ କରିଥିଲେ ଏବଂ ଯଜ୍ଞକୁଣ୍ଢ ସହ ଆବଶ୍ୟକ ସରଞ୍ଜାମର ଅଭାବ ଭିତରେ ମଧ୍ୟ ଯଥାସମ୍ଭବ ଅନ୍ୟ ବ୍ୟବସ୍ଥା ଯୋଗାଡ଼ କରି ଅତ୍ୟନ୍ତ ଉତ୍ସାହର ସହ ଯଜ୍ଞକର୍ମ ସମ୍ପାଦନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ସମେତ ଅନେକ କ୍ଷତି କାରକ ଜୀବାଣୁଗୁଡ଼ିକୁ ପ୍ରତିହତ କରିବା ପାଇଁ ଯଜ୍ଞ ଏକ ସମର୍ଥ ବ୍ୟବହାରିକ ପ୍ରକ୍ରିୟା ବୋଲି ଆୟୁଷ ମନ୍ତ୍ରାଳୟ ସ୍ୱୀକାର କରିଛି ।
ତାହା ସହିତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ସନାତନ ସଂସ୍କୃତିର ମାନବ ଜୀବନରେ ଉପଯୋଗୀତା ଏବଂ ବୈଜ୍ଞାନିକତା ଉପରେ ନିଜ ନିଜର ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି । ଚଳିତ ଲକ୍ ଡାଉନ ସମୟରେ ଅନେକ ଶ୍ଵେତାଙ୍ଗ ପରିବାର ପକ୍ଷରୁ ଘର ଭିତରେ ରହି ନାମ ସଂକୀର୍ତ୍ତନ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଗତ ଏପ୍ରିଲ ୨୬ ତାରିଖରେ ମଧ୍ୟ ଆର୍ଯ୍ୟ ସମାଜ ପକ୍ଷରୁ ଘରେ ଘରେ ଯଜ୍ଞ କରିବା ପାଇଁ କୁହାଯାଇଥିଲା ଯାହାର ଏକ ବହୁତ ବଡ଼ ପ୍ରଭାବ ଦେଶ ବିଦେଶରେ ଦେଖିବାକୁ ମିଳିଥିଲା ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking