33.1 C
Bhubaneswar
Wednesday, April 24, 2024
Homeଖେଳଟିମ୍‌ ଇଣ୍ଡିଆରେ ପଶିଲା କରୋନା, ଇଂଲଣ୍ଡ ଗସ୍ତରେ ଥିବା ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ

ଟିମ୍‌ ଇଣ୍ଡିଆରେ ପଶିଲା କରୋନା, ଇଂଲଣ୍ଡ ଗସ୍ତରେ ଥିବା ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି। ସମ୍ପୃକ୍ତ ଖେଳାଳିଙ୍କ ଶରୀରରେ ଏଯାଏ କରୋନାର କୌଣସି ଲକ୍ଷଣ ଦେଖା ଯାଇ ନାହିଁ। ବର୍ତ୍ତମାନ ସେ କ୍ୱାରେଣ୍ଟିନରେ ଥିବା ଜଣାପଡ଼ିଛି। ସେ ଗୁରୁବାର ଟିମ୍‌ ସହ ଡରହମ୍‌ ଟ୍ରାଭେଲ କରିବେ ନାହିଁ ବୋଲି ଜଣାପଡ଼ିଛି। ଖେଳାଳି ଜଣକ କରୋନାର ଡେଲ୍‌ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଯାହାକି ଏବେ ଇଂଲଣ୍ଡରେ ଅଧିକ ସଂକ୍ରମଣ ହେଉଥିବା ଜଣାପଡ଼ିଛି। ତେବେ କରୋନାରେ ସଂକ୍ରମିତ ହୋଇଥିବା ଖେଳାଳିଙ୍କ ନାଁ ଜଣାପଡ଼ି ନାହିଁ। ବିସିସିଆଇ ଖୁବଶୀଘ୍ର ତାଙ୍କ ନାଁ ଘୋଷଣା କରିବ ବୋଲି ସୂଚନା ମଳିଛି। ବିସିସିଆଇର ସେକ୍ରେଟାରୀ ଜୟ ଶାହ ଏକ ଇ-ମେଲ ମାଧ୍ୟମରେ ଜନ ଗହଳି ସ୍ଥାନକୁ ନଯିବାକୁ ସମସ୍ତ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫ଟି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ ଖେଳାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking