28.1 C
Bhubaneswar
Friday, July 19, 2024
Homeଦେଶ ବିଦେଶୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ

ୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ

ସନା: ୟେମେନ ନାଗରିକଙ୍କ ହତ୍ୟା ମାମଲାରେ ଭାରତୀୟ ମୂଳବାସିନ୍ଦା ମଲୟାଲୀ ନର୍ସ ନିମିଷା ପ୍ରିୟା ଫସିବାରେ ଲାଗିଛନ୍ତି । ଏହି ମାମଲାରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏକ ବର୍ଷ ଜେଲରେ ରହିବା ପରେ ନିମ୍ନ ଅଦାଲତ ନିମିଷାଙ୍କୁ ୨୦୧୮ରେ ମୃତ୍ୟୁଦଣ୍ଡ ଦେଇଥିଲେ, ଯାହାକୁ ନେଇ ନିମିଷାଙ୍କ ପରିବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, କିନ୍ତୁ ସେଠାରେ ମଧ୍ୟ ସେ ନିରାଶ ହୋଇଥିଲେ । ଭାରତ ସରକାରଙ୍କ ଓକିଲ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ୟେମେନର ସୁପ୍ରିମକୋର୍ଟ ନିମିଷାଙ୍କ ମୃତ୍ୟୁଦଣ୍ଡକୁ ସଂରକ୍ଷିତ ରଖିଛନ୍ତି । ନିମିଷାଙ୍କ ମା’ ୟେମେନ ଯିବାକୁ ଅନୁମତି ମାଗି ହାଇକୋର୍ଟରେ ଆବେଦନ କରିଥିଲେ ।

ନିମିଷା ପ୍ରିୟା କେରଳର ପାଲକ୍କଡ ଜିଲାର ବାସିନ୍ଦା, ଯିଏ ୨୦୧୪ରେ କିମ୍ବା ବୋଧହୁଏ ଏହା ପୂର୍ବରୁ ତାଙ୍କ ସ୍ୱାମୀଙ୍କ ସହ ୟେମେନ ଯାଇଥିଲେ । ତେବେ ଆର୍ôଥକ ସଙ୍କଟ ହେତୁ ତାଙ୍କ ସ୍ୱାମୀ ଏବଂ ପିଲାମାନେ ସେଠାରୁ ଫେରି ଆସିଥିଲେ, କିନ୍ତୁ ନିମିଷା ସେଠାରେ ରହିଥିଲେ । ୟେମେନରେ ରହୁଥିବାବେଳେ ସେ ନିଜର ଏକ କ୍ଲିନିକ ଖୋଲିଥିଲେ । ଏହି କ୍ଲିନିକ ଖୋଲିବା ପାଇଁ ସେ ତଲାଲ ଅବଦୋ ମହିଦିଙ୍କ ସହ ଯୋଗାଯୋଗ କରି କ୍ଲିନିକ ଖୋଲିବାରେ ସାହାଯ୍ୟ ମାଗିଥିଲେ । ରିପୋର୍ଟ ଅନୁଯାୟୀ, ୨୦୧୪ରେ ନିମିଷା ପ୍ରିୟା ୟେମେନରେ ଏକ କ୍ଲିନିକ ଖୋଲିବାରେ ସାହାଯ୍ୟ ପାଇଁ ତଲାଲ ଅବଦୋ ମହଦିଙ୍କ ନିକଟକୁ ଯାଇଥିଲେ ।

ତଲାଲା ନିମିଷାଙ୍କ ସ୍ୱାମୀ ଟୋନିଙ୍କର ଜଣେ ବନ୍ଧୁ ଥିଲେ । ୨୦୧୫ରେ ସେ ତାଙ୍କ ବନ୍ଧୁ ଅବଦୁଲ ହାନାନଙ୍କ ସହାୟତାରେ ଏକ କ୍ଲିନିକ ଖୋଲିଥିଲେ, ଯେଉଁଥିପାଇଁ ତାଙ୍କୁ ତଲାଲଙ୍କଠାରୁ କୌଣସି ସାହାଯ୍ୟ ମିଳି ନଥିଲା । ତେବେ ସେ ଯେତେବେଳେ କ୍ଲିନିକରୁ ରୋଜଗାର ଆରମ୍ଭ କରିଥିଲେ, ତାଲାଲ ତାଙ୍କ ଅଂଶ ଦାବି କରିବା ସହ ତାଙ୍କୁ ହଇରାଣ କରିବାକୁ ଲାଗିଲେ । ରିପୋର୍ଟ ଅନୁଯାୟୀ, ତଲାଲଙ୍କୁ ନକଲି ବିବାହ ଦଲିଲ ମଧ୍ୟ ମିଳିଥିଲା ଏବଂ ନିମିଷା ତାଙ୍କ ପତ୍ନୀ ବୋଲି ଦାବି କରିଥିଲେ । ୨୦୧୬ରେ ନିମିଶା ତାଲାଲଙ୍କ କାର୍ଯ୍ୟକଳାପକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ପରେ ତାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଜେଲରୁ ବାହାରିବା ମାତ୍ରେ ସେ ନିମିଶାଙ୍କ ପାସପୋର୍ଟକୁ ନିଜ ପାଖରେ ରଖିଥିଲେ । ୨୦୧୭ରେ, ତାଙ୍କ ପାସପୋର୍ଟ ନେଇ ଯିବାରୁ ଏହାକୁ ଫେରାଇ ଆଣିବାକୁ, ନିମିଶା ତାଲାଲଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇଥିଲେ ଯାହା ଦ୍ୱରା ସେ ତାଙ୍କୁ ନିୟନ୍ତ୍ରଣ କରିପାରନ୍ତି । ଇଞ୍ଜେକ୍ସନ ଓଭରଡୋଜ ଯୋଗୁଁ ତଲାଲଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅବଦୁଲ ହାନାନ ମଧ୍ୟ ତାଙ୍କ ସହ ଜଡିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking