29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏଲଏସିରେ ଚୀନକୁ ଜବାବ ଦେବାକୁ ଭାରତୀୟ ସେନାଙ୍କୁ ମିଳିଲା ସ୍ୱାଧୀନତା

ଏଲଏସିରେ ଚୀନକୁ ଜବାବ ଦେବାକୁ ଭାରତୀୟ ସେନାଙ୍କୁ ମିଳିଲା ସ୍ୱାଧୀନତା

ନୂଆଦିଲ୍ଲୀ : ଏଲଏସିରେ ଚୀନକୁ ଜବାବ ଦେବାକୁ ଭାରତୀୟ ସେନାଙ୍କୁ ମିଳିଲା ସ୍ୱାଧୀନତା । ୩ ସେନା ପ୍ରମୁଖଙ୍କ ସହ ରକ୍ଷାମନ୍ତ୍ରୀଙ୍କ ସହ ଏକ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି । ଗଲୱାନା ଘାଟିରେ ଜୁନ ୧୫ ଓ ୧୬ ତାରିଖରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତର ୨୦ଜଣ ଜବାନ ସହିଦ ହୋଇଥିଲେ । ସୂୁଚନା ଅନୁଯାୟୀ , ୧୯୯୬ ମସିହାରେ ଚୀନ ସୀମରେ କୌଣସି ବି ପରିସ୍ଥିତିରେ ଗୁଳି ଚାଳନା କରାଯିବ ନାହିଁ ବୋଲି ଏକ ସନ୍ଧି ହୋଇଥିଲା । ଏହାପରେ ସୀମାରେ କେବେ ଗୁଳି ଫୁଟିନଥିଲା । କିନ୍ତୁ ଏଥର ଫୁଟିବ ଗୁଳି । ଏଲଏସିରେ ଭାରତୀୟ ସେନାର ଆଭିମୁଖ୍ୟରେ ପରିବର୍ତ୍ତନ। ନିଜ ସୀମାରେ ଅନଧିକାର ପ୍ରବେଶ କରିଲେ ଗୁଳି ଚାଳନା କରିବାକୁ ଚେତାବନୀ ଦିଆଯାଇଛି । ସମସ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନାଙ୍କୁ ଆଜି ସରକାରଙ୍କ ତରଫରୁ ଅନୁମତି ମିଳିଛି ।

                                     
ଚୀନ ସୀମରେ ଚାଲିଥିବା ବିବାଦକୁ ନେଇ ଆଜି ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ୩ ସେନା ପ୍ରମୁଖ ଏବଂ ସିଡିଏସ , ଜେନେରାଲ ବିପିନ ରାୱତ ଏକ ସମୀକ୍ଷା ବୈଠକ କରିଥିଲେ । ପ୍ରାୟ ୧ଘଣ୍ଟାର ସଭା ପରେ ଚୀନ ସୀମାରେ ଯେକୌଣସି ବିଷମ ପରିସ୍ଥିତି ପାଇଁ ଜବାବ ଦେବାକୁ ସ୍ୱାଧୀନତା ଦେଇଦେଇଛନ୍ତି । ଅତ୍ୟାବଶ୍ୟକ ପରିସ୍ଥିତିରେ ସରକାରଙ୍କ ବିନା ଅନୁମତିରେ ନୌସେନା , ଜଳସେନା ଓ ବାୟୁ ସେନା ୫ ଶହ କୋଟି ଟଙ୍କା ଯାଏଁ ଅସ୍ତ୍ରଶସ୍ତ୍ର କିଣିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking