29.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶବାହାରିନ ଭାରତୀୟ ଦୂତାବାସ ପକ୍ଷରୁ ସ୍ପେକ୍ଟ୍ରା-୨୦୧୯ କାର୍ଯ୍ୟକ୍ରମ ଆୟୋଜନ

ବାହାରିନ ଭାରତୀୟ ଦୂତାବାସ ପକ୍ଷରୁ ସ୍ପେକ୍ଟ୍ରା-୨୦୧୯ କାର୍ଯ୍ୟକ୍ରମ ଆୟୋଜନ

ବାହାରିନ୍ :  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାହାରିନ ଭାରତୀୟ ଦୂତାବାସ ପକ୍ଷରୁ ସ୍ପେକ୍ଟ୍ରା-୨୦୧୯ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗତ ଶୁକ୍ରବାର ଦିନ ବାହାରିନ୍ ଇଣ୍ଟେରନେସନାଲ ପ୍ରଦର୍ଶନୀ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତ ତଥା ଅନ୍ତର୍ଜାତୀୟ ସମୁଦାୟଙ୍କ ୬୦ଟି ଷ୍ଟଲ ଅଂଶ ଗ୍ରହଣ କରିଥିଲେ  ।ଏହା ମଧ୍ୟରୁ ବାହାରିନ୍ ଓଡ଼ିଆ ସମାଜକୁ ଶ୍ରେଷ୍ଠ ପାରମ୍ପରିକ ଷ୍ଟଲ୍ ଭାବେ ସମ୍ମାନିତ କରାଯାଇଛି ।

ସୂଚନାଯୋଗ୍ୟ, ଗତବର୍ଷ ସ୍ପେକ୍ଟ୍ରା-୨୦୧୮ କାର୍ଯ୍ୟକ୍ରମରେ ମଧ୍ୟ ବାହାରିନ୍ ଓଡ଼ିଆ ସମାଜକୁ ଶ୍ରେଷ୍ଠ ପାରମ୍ପରିକ ଷ୍ଟଲ ଭାବେ ସମ୍ମାନିତ କରାଯାଇଥିଲା। ଏହି ଖବର ଶୁଣିବା ପରେ ବାହାରିନ୍ ଓଡ଼ିଆ ସମାଜ ର ସଦସ୍ୟ ମାନେ ଆନନ୍ଦ ଉଲ୍ଲାସ ରେ ବିଭୋର ହୋଇ ଯାଇ ଥିଲେ। ବାହାରିନ୍ ଓଡ଼ିଆ ସମାଜର ସଦସ୍ୟଙ୍କ କଠନ ପରିଶ୍ରମ, ଟିମ୍ ୱାର୍କ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଅଶେଷ କରୁଣା ଯୋଗୁଁ ଆମେ ଏହି ସଫଳତା ପାଇଛୁ।

ଆଗକୁ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ଆମେ ଓଡ଼ିଶାର ଐତିହ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର କରିବୁ। ଚଳିତ ବର୍ଷ ବାହାରିନ୍ ଓଡ଼ିଆ ସମାଜର ବିଷୟବସ୍ତୁ ଥିଲା ଓଡିଶା ପର୍ଯଟନ (ଟୁରିସୀମ), ହସ୍ତଶିଳ୍ପ,  ଗୋ ଗ୍ରୀନ୍, ସେଭ୍ ଏନ୍ଭର୍ଣ୍ଣମେଣ୍ଟ, ନୋ ପ୍ଲାଷ୍ଟିକ ଏବଂ ମେଡ୍ ଇନ୍ ଓଡ଼ିଶା ।ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ନିର୍ମିତ ପାରମ୍ପରିକ ଦ୍ରବ୍ୟକୁ ଅନ୍ତର୍ଜାତୀୟ ସମୁଦାୟଙ୍କ ଆଗରେ ପ୍ରଦର୍ଶନ କରାଯାଇଥିଲା।

 ଏହି ଅବସରରେ ଓଡ଼ିଶାର ପ୍ରସିନ୍ଧ ରଥ ୟାତ୍ରା ପରିବେଷଣ କରାଯାଇଥିଲା ଏହା ଦର୍ଶକଙ୍କ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫ ହଜାର ରୁ ଉର୍ଧ ଲୋକ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking