34.1 C
Bhubaneswar
Thursday, April 25, 2024
Homeଖେଳଭାରତୀୟ ଦଳରେ ହେବ ଅଦଳବଦଳ

ଭାରତୀୟ ଦଳରେ ହେବ ଅଦଳବଦଳ

ନୂଆଦିଲ୍ଲୀ : ତୃତୀୟ ଟେଷ୍ଟରେ ହାରିବା ପରେ ଏବେ ଦି ଓଭାଲ ଟେଷ୍ଟ ଜିତିବାକୁ ଭରପୁର ପ୍ରୟାସ କରିବ ଭାରତ । ସେପଟେ ତୃତୀୟ ମ୍ୟାଚକୁ ସହଜରେ ଜିତିନେଇ ମନୋବଳ ଦୃଢ କରିଛି ଘରୋଇ ଇଂଲଣ୍ଡ । ତେବେ ଆଗାମୀ ମ୍ୟାଚ ପାଇଁ ଭାରତର ପ୍ଲେଇଂ ଇଲେଭେନ୍‌ରେ କେଉଁମାନେ ସାମିଲ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗିରହିଛି । ପରବର୍ତ୍ତୀ ଟେଷ୍ଟରେ ବଡ ଧରଣର ଅଦଳବଦଳ କରିପାରେ ଟିମ ଇଣ୍ଡିଆ ।

ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳରେ ୩ଟି ଅଦଳବଦଳ ହୋଇପାରେ । ଆଉଟ୍‌ ଅଫ୍‌ ଫର୍ମରେ ଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଦଳରୁ ବାଦ ଦିଆଯାଇପାରେ । ତାଙ୍କ ସ୍ଥାନରେ ହନୁମା ବିହାରୀଙ୍କକୁ ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦଳରୁ ବାଦ ଦିଆଯାଇପାରେ । ତାଙ୍କ ସ୍ଥାନରେ ଭେଟେରାନ୍‌ ସ୍ପିନର ରବୀଚନ୍ଦ୍ରନ ଅଶ୍ବିନଙ୍କୁ ସାମିଲ କରାଯାଇପାରେ । ସେହିଭଳି ପେସ୍‌ ବୋଲର ଇଶାନ୍ତ ଶର୍ମାଙ୍କୁ ଦଳରୁ ବାଦ ଦିଆଯାଇ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking