29.1 C
Bhubaneswar
Thursday, April 25, 2024
Homeଖେଳରାଜ୍ୟଗୋଷ୍ଠୀ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ

ବର୍ମିଂହାମ : ରାଜ୍ୟଗୋଷ୍ଠୀ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ । ଦେଶ ପାଇଁ ସ୍ୱର୍ଣ୍ଣ ଜିତିଲେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ । ସାତ୍ୱିକ ଓ ଚିରାଗଙ୍କ ଯୋଡି ଫାଇନାଲରେ ଇଂଲଣ୍ଡର ଲେନ ବେନ ଓ ସିନ ମେଣ୍ଡିଙ୍କୁ ୨୧-୧୫, ୨୧-୧୩ରେ ମାତ ଦେଇଥିଲେ । ସାତ୍ୱିକ ଓ ଚିରାଗଙ୍କ ଯୋଡି ସେମିଫାଇନାଲରେ ମାଲେସିୟାର ଚେନ ପେଙ୍ଗ ସୁନ ଓ ଟେନ କିୟାନ ମେଙ୍ଗଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଥିଲେ । ଏବେ ଯାଏଁ ଭାରତ ୬୦ ପଦକ ପାଇ ସାରିଲାଣି । ସେଥିରେ ୨୨ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି । ଆଜି ଗୋଟିଏ ଦିନରେ ଭାରତ ମୋଟ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହାସହ ଟେବୁଲ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking