28.1 C
Bhubaneswar
Friday, March 29, 2024
Homeଓଡିଶାଟସ୍ ଜିତିଲା ଭାରତ,ପ୍ରଥମେ ୱେଷ୍ଟଇଣ୍ଡିଜର ବ୍ୟାଟିଂ

ଟସ୍ ଜିତିଲା ଭାରତ,ପ୍ରଥମେ ୱେଷ୍ଟଇଣ୍ଡିଜର ବ୍ୟାଟିଂ

କଟକ: ଆଜି ଭାରତ – ୱେଷ୍ଟଇଣ୍ଡିଜର ଦିନିକିଆ ମ୍ୟାଚ । ଏହି ମ୍ୟାଚ ଦେଖିବା ପାଇଁ ଲୋକଙ୍କ ମନରେ ନାହିଁ ନଥିବା ଉତ୍ସାହ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଆଜି ବାରବାଟୀରେ ଏହି ଲଢେଇ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଲାଣି । ଏହି ମ୍ୟାଚରେ ବାରବାଟୀ ପଡିଆରେ ଟସ ପଡିବା ପରେ ଭାରତ ଏହି ଟସ ଜିତି ପ୍ରଥମେ ଫିଲଡିଂର ନିଷ୍ପତ୍ତି ନେଇଛି । ବାରବାଟୀ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବାକୁ ୱେଷ୍ଟଇଣ୍ଡିଜ ଖେଳାଳି ପଡ଼ିଆକୁ ଓହ୍ଲାଇବେ। ଯାହାକୁ ଉତ୍କଣ୍ଠାର ସହ ପଡ଼ିଆର ଗ୍ୟାଲେରୀରେ ଖେଳପ୍ରେମୀ ଓ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଏପରି ସମୟରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦୀପକ ଚହରଙ୍କ ସ୍ଥାନରେ ନବଦୀପ ସୈନିଙ୍କୁ ସାମିଲ କରାଯାଇଛି ବୋଲି ଜଣାପଡ଼ିଛି ।
ତେବେ ତିନି ଟିକିଆ ମ୍ୟାଚରେ ୧-୧ରେ ଦୁଇ ଦଳ ବରାବର ଅଛନ୍ତି । ତେଣୁ ବାରବାଟୀ ମ୍ୟାଚ ଉଭୟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତ ଏହି ମ୍ୟାଚ୍ ଜିତି କ୍ରମାଗତ ଦଶମ ଦ୍ୱିପାକ୍ଷିକ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଚେନ୍ନାଇ ଭଳି ବାରବାଟୀ ଦିନିକିଆ ଜିତି ଭାରତକୁ ଚକମା ଦେବାକୁ ଟାର୍ଗେଟ୍ ରଖିଛି ।
https://onakhabar.com/2019/12/22/%e0%ac%86%e0%ac%9c%e0%ac%bf-%e0%ac%ac%e0%ac%be%e0%ac%b0%e0%ac%ac%e0%ac%be%e0%ac%9f%e0%ad%80-%e0%ac%b2%e0%ad%9d%e0%ad%87%e0%ac%87/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking