34.1 C
Bhubaneswar
Thursday, March 28, 2024
Homeଖେଳପ୍ରଥମ ଟି-୨୦ ୱାର୍ମଅପ୍‌ରେ ଭାରତ ବିଜୟୀ

ପ୍ରଥମ ଟି-୨୦ ୱାର୍ମଅପ୍‌ରେ ଭାରତ ବିଜୟୀ

ଡର୍ବି : ଆସନ୍ତା ୭ ତାରିଖଠାରୁ ଇଂଲଣ୍ଡ ବିପକ୍ଷରେ ଭ୍ରମଣକାରୀ ଭାରତୀୟ ଦଳ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ସିରିଜ୍‌ର ପ୍ରଥମ ମ୍ୟାଚ୍ ସକାଶେ ଗତ ଆୟର୍ଲାଣ୍ଡ୍ ବିପକ୍ଷ ସିରିଜ୍‌ରେ ସାମିଲ୍ ଥିବା ଖେଳାଳିମାନଙ୍କୁ ରଖାଯାଇଥିବା ବେଳେ ଏହି ଦଳ ତା’ର ବିଜୟ ଧାରା ଜାରି ରଖିଛି । ଶନିବାର ଏଠାରେ ଡର୍ବିଶାୟର୍ ବିପକ୍ଷରେ ଦଳ ପ୍ରଥମ ଟି-୨୦ ୱାର୍ମଅପ୍ ମ୍ୟାଚ୍ ଖେଳି ଏଥିରେ ୭ ୱିକେଟ୍‌ରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ଡର୍ବିଶାୟର୍ ୮ ୱିକେଟ୍ ବିନିମୟରେ ୧୫୦ ରନ୍ କରିଥିଲା । ଦଳ ପକ୍ଷରୁ ୱେନ୍ ମାଡସେନ୍ ୨୮, ହିଲଟନ୍ କାର୍ଟରାଇଟ୍ ୨୭, ଆଲେକ୍ସ ହୁଗ୍ସ ୨୪ ଓ ବ୍ରୁକ୍ ଗେଷ୍ଟ୍ ୨୩ ରନ୍ କରିଥିଲେ ।

ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଡେବ୍ୟୁ ଅପେକ୍ଷାରେ ଥିବା ଅର୍ଶଦୀପ ସିଂହ ଓ ଉମରାନ୍ ମଲିକ ୨ଟି ଲେଖାଏଁ ଏବଂ ଅକ୍ଷର ପଟେଲ୍ ଓ ଭେଙ୍କଟେଶ ଆୟର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଓପନର ସଞ୍ଜୁ ସାମ୍‌ସନ୍ ମାତ୍ର ୩୦ଟି ବଲ୍‌ରେ ୪ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୩୮ ରନ୍ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ୍ ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଥିଲେ । କିନ୍ତୁ ଗତ ଆୟର୍ଲାଣ୍ଡ୍ ବିପକ୍ଷରେ ଚମତ୍କାର ଫର୍ମ ପ୍ରଦର୍ଶନ କରିଥିବା ଦୀପକ ହୁଡ୍ଡା ସର୍ବାଧିକ ୫୯ ରନ୍ କରିଥିଲେ ।

ସେ ମାତ୍ର ୩୭ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଓ ୨ଟି ଛକା ସହାୟତାରେ ଏହି ରନ୍ କରିଥିଲେ । ଏହାଛଡ଼ା ତାଙ୍କର ସୂର୍ଯ୍ୟକୁମାର ଯାଦବଙ୍କ ସହ ତୃତୀୟ ୱିକେଟ୍ ପାଇଁ ୭୮ ରନ୍‌ର ଭାଗୀଦାରୀ ମଧ୍ୟ ହୋଇଥିଲା । ସୂର୍ଯ୍ୟକୁମାର ୨୨ଟି ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ଅପରାଜିତ ୩୬ ରନ୍‌ର ଅବଦାନ ଦେବା ଫଳରେ ଭାରତ ମାତ୍ର ୩ ୱିକେଟ୍ ହରାଇ ୧୬.୪ ଓଭର୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଦଳ ରବିବାର ଦ୍ୱିତୀୟ ୱାର୍ମଅପ୍ ମ୍ୟାଚ୍‌ରେ ଆସନ୍ତା ରବିବାର ନର୍ଥହାମ୍ପଟନ୍‌ଶାୟରକୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking