39.8 C
Bhubaneswar
Thursday, April 18, 2024
Homeଖେଳଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ସିରିଜ୍ ଜିତିଲା ଭାରତ

ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ସିରିଜ୍ ଜିତିଲା ଭାରତ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ୩ୟ ତଥା ଅନ୍ତିମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ଦ୍ବିତୀୟ ପାଳିରେ ଭାରତ ୧୮୭ ରନ୍‌ର ଲକ୍ଷ୍ୟକୁ ପିଛାକରି ୧୯.୫ ଓଭରରେ ୪ ୱିକେଟ ହରାଇ ନିର୍ଦ୍ଧାରିତ ରନ୍‌ କରି ବିଜୟ ହୋଇଛି । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୯ ରନ୍‌ କରିଥିବା ବେଳେ ବିରାଟ କୋହଲି ୪୮ ବଲରେ ୬୩ ରନ୍‌ କରି ଭାରତକୁ ବିଜୟ ଦେଇଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ୍ ସାମସ୍ ୨ଟି ୱିକେଟ ନେଇଥିବା ବେଳେ ଜୋସ୍ ହାଜଲେଉଡ୍ ଓ ପ୍ୟାଟ୍ କମିନ୍ସ ୧-୧ ୱିକେଟ ନେଇଥିଲେ କିନ୍ତୁ ଅଷ୍ଟ୍ରେଲିଆକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଫଳରେ ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୨ଟି ମ୍ୟାଚରେ ବିଜୟ ହୋଇ ସିରିଜ୍‌ ହାତେଇବାରେ ସଫଳ ହୋଇଛି ।

ପ୍ରଥମ ପାଳିରେ ଭାରତ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ଅତିଥି ଦଳ ବ୍ୟାଟିଂ କରିଥିଲା। କାମେରନ୍‌ ଗ୍ରିନ୍‌ (୫୨) ଓ ଟିମ୍‌ ଡେଭିଡ୍‌(୫୪)ଙ୍କ ଅର୍ଦ୍ଧଶତକ ବଳରେ କଂଗାରୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୮୬ ରନ୍‌ ସଂଗ୍ରହ କରିଥିଲା। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଭାରତକୁ ମ୍ୟାଚ ବିଜୟ ପାଇଁ ୧୮୭ ରନ୍‌ର ଲକ୍ଷ୍ୟ ମିଳିଥିଲା।ଅଷ୍ଟ୍ରେଲିଆର ସ୍କୋରରେ କାମେରନ୍‌ ଗ୍ରିନ୍‌ ଓ ଟିମ୍‌ ଡେଭିଡ୍‌ଙ୍କ ବଡ଼ ଯୋଗଦାନ ରହିଥିଲା। କାମେରନ୍‌ ୨୧ଟି ବଲ୍‌ ଖେଳି ବିସ୍ଫୋରକ ଭାବେ ବ୍ୟାଟିଂ କରିଥିଲେ। ସେ ୭ଟି ଚୌକା ଏବଂ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୫୨ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଟିମ୍‌ ଡେଭିଡ୍‌ ୨୭ଟି ବଲ୍‌ ଖେଳି ୨ଟି ଚୌକା ଓ ୪ଟି ଛକା ବଳରେ ୫୪ ରନ୍‌ ସଂଗ୍ରହ କରିଥିଲେ।

ଆରମ୍ଭରୁ ଅଷ୍ଟ୍ରେଲିଆ ଭଲ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟର କାମେରନ ଓ ଅଧିନାୟକ ଆରୋନ ଫିଞ୍ଚ (୭ରନ୍‌) ୩.୩ ଓଭର ଖେଳି ୪୪ ରନ୍‌ର ଭାଗିଦାରୀ ହୋଇଥିଲେ। କିନ୍ତୁ ଷ୍ଟିଭେନ୍‌ ସ୍ମିଥ ଓ ଗ୍ଲେନ ମ୍ୟାକ୍ସୱେଲ ଶସ୍ତାରେ ଆଉଟ୍‌ ହୋଇଥିଲେ। ଏହି ଦୁଇ ବ୍ୟାଟର ଯଥାକ୍ରମେ ୯ ଓ ୬ ରନ୍‌ କରିଥିଲେ। ଜୋସ ଇଙ୍ଗଲିସ୍‌ଙ୍କ ବ୍ୟାଟ୍‌ରୁ ୨୪ ରନ୍‌ ଅମଳ ହୋଇଥିଲା। ସେ ୨୨ଟି ବଲ୍‌ ଖେଳି ୩ଟି ଚୌକା ମାରିଥିଲେ। ଡେନିଏଲ୍‌ ସାମ୍‌ସ ଅପରାଜିତ ୨୮ ରନ୍‌ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଦ୍ରୁତ ବୋଲର ଅକ୍ଷର ପଟେଲ୍‌ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ସେହିପରି ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking