31.1 C
Bhubaneswar
Tuesday, April 23, 2024
Homeବିଜିନେସ୍ଭାରତ ଶୀଘ୍ର ୩୦ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବ : ଗୋୟଲ

ଭାରତ ଶୀଘ୍ର ୩୦ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବ : ଗୋୟଲ

ନୂଆଦିଲ୍ଲୀ: ଭାରତ ସମସ୍ତ କ୍ଷେତ୍ରର ବିଶ୍ୱ ବଜାରରେ ନିଜର ମାର୍କ ରଖିବାକୁ ଚାହୁଁଛି ଏବଂ ଖୁବ୍ ଶୀଘ୍ର ଭାରତର ଅର୍ଥନୀତି ୩ ଟ୍ରିଲିୟନରୁ ୩୦ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି । ବୟନ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଗୋୟଲ କହିଛନ୍ତି ଯେ ଘରୋଇ ବୟନ ଶିଳ୍ପରେ ଆଗାମୀ ବର୍ଷରେ ରୋଜଗାର ସୃଷ୍ଟି କରିବାର ବହୁତ ବଡ଼ ସମ୍ଭାବନା ରହିଛି ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ପାଇଁ ଭାରତ ବିଭିନ୍ନ ଦେଶ ସହ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ଏହା ଭାରତକୁ ସାହାଯ୍ୟ କରିବ ।

ଗୋୟଲ କହିଛନ୍ତି ଯେ କେନ୍ଦ୍ର ସରକାର ସୂତା ଏବଂ ମାନବ ନିର୍ମିତ ବୟନ କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି, ଯାହା ବିଶ୍ୱ ବଜାରରେ ଭାରତର ବଜାର ଅଂଶ ବଢ଼ାଇବ ଏବଂ ନିଯୁକ୍ତି ସୁଯୋଗ ସହିତ ପୁଞ୍ଜି ବିନିଯୋଗ ବୃଦ୍ଧି କରିବ । ସେ କହିଛନ୍ତି, ଆମେ ସମସ୍ତ କ୍ଷେତ୍ର ମଧ୍ୟରେ ଏକ ବିଶ୍ୱ ଶିଳ୍ପ ହୋଇ ବିଶ୍ୱ ବଜାରକୁ କାବୁ କରିବାକୁ ଚାହୁଁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ଅନେକ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ କାର୍ଯ୍ୟ କରୁଛନ୍ତି, ଯାହା ଆଗାମୀ ଦିନରେ ବୟନ କ୍ଷେତ୍ରକୁ ସାହାଯ୍ୟ କରିବ ।

ଗୋୟଲ ଆହୁରି ଜୋର ଦେଇଛନ୍ତି ଯେ ତାମିଲନାଡୁ ଭବିଷ୍ୟତରେ ଦୁନିଆରେ ଟେକ୍ସଟାଇଲ, ପମ୍ପ, ୱେଟ ଗ୍ରାଇଣ୍ଡର ଏବଂ କ୍ରସର କମ୍ପୋନେଣ୍ଟ ଉତ୍ପାଦନର ଏକ ହବରେ ପରିଣତ ହେବ, ଯାହା ଦେଶର ଅର୍ଥନୀତିରେ ମଧ୍ୟ ଉତ୍ସାହ ସୃଷ୍ଟି କରିବ । ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ଯୋଗୁଁ ଆଜି ଦେଶର ଶିଳ୍ପ ରପ୍ତାନି ୪୪୦ ବିଲିୟନ ଡଲାର ଅତିକ୍ରମ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ଖୁବ୍‌ଶୀଘ୍ର ୩ ଟ୍ରିଲିୟନ ଡଲାର ଅର୍ଥନୀତିରୁ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିକୁ ଯିବ । ସରକାର ଏଥିପାଇଁ କଡା ପଦକ୍ଷେପ ନେଉଛନ୍ତି ଏବଂ ଏହି ବ୍ୟବସ୍ଥାରେ ଅନେକ ଗଠନମୂଳକ ପରିବର୍ତ୍ତନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking