17.1 C
Bhubaneswar
Sunday, November 24, 2024
Homeବିଜିନେସ୍ଭାରତରେ ଉତ୍ପାଦନ ହେବ ୭୦ ଲକ୍ଷ ଆଇଫୋନ୍

ଭାରତରେ ଉତ୍ପାଦନ ହେବ ୭୦ ଲକ୍ଷ ଆଇଫୋନ୍

ନୂଆଦିଲ୍ଲୀ: ଚଳିତ ଆର୍ôଥକ ବର୍ଷରେ ଆପଲ୍ ଭାରତରେ ୪୭,୦୦୦ କୋଟି ମୂଲ୍ୟର ଆଇଫୋନ୍ ତିଆରି କରିବ । ଫକ୍ସକନ୍ ଏବଂ ୱିଷ୍ଟ୍ରନ୍ ଦ୍ୱାରା ଆର୍ôଥକ ବର୍ଷ୨୦୨୧-୨୨ରେ ଦେଶରେ ନିର୍ମିତ ୧୦,୦୦୦ କୋଟି ମୂଲ୍ୟର ଆଇଫୋନ୍ ଏହା ପ୍ରାୟ ପାଞ୍ଚ ଗୁଣ ହେବ । ଏକ ଆକଳନ ଅନୁଯାୟୀ ୪୭ ହଜାର କୋଟି ବ୍ୟୟରେ ପ୍ରାୟ ୭୦ ଲକ୍ଷ ଆଇଫୋନ୍ ଉତ୍ପାଦନ ହେବ । ଭାରତରେ ସ୍ମାର୍ଟଫୋନ୍‌ର ଉତ୍ପାଦନରେ ବୃଦ୍ଧି ପାଇଁ ଭାରତ ସରକାରଙ୍କ ପକ୍ଷରୁ ପିଏଲ୍‌ଆଇ ସ୍କିମ୍ ଅଧୀନରେ ଦ୍ୱିତୀୟ ବର୍ଷ ପାଇଁ ପ୍ରୋତ୍ସାହନ ପାଇବାକୁ ଆଇଫୋନ୍ ନିର୍ମାତାମାନଙ୍କୁ ସୁଯୋଗ ଦିଆଯାଇଥିଲା । ଆର୍ôଥକ ବର୍ଷ ୨୦୨୨-୨୩ ପାଇଁ ଆଶା କରାଯାଉଥିବା ଉତ୍ପାଦନ ଦୁଇଗୁଣରୁ ଅଧିକ ହେବ । ମାର୍କେଟ ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି ଯେ ଆପଲ୍ ଚଳିତ ବର୍ଷ ପ୍ରାୟ ୭ ନିୟୁତ ୟୁନିଟ୍ ରେକର୍ଡ ଉତ୍ପାଦନ କରିବ ଏବଂ ଏହାର ସର୍ବାଧିକ ବଜାର ଅଂଶ ୫.୫% ପ୍ରଦାନ କରିବ । ନିକଟରେ ଆପଲ୍ ଏହାର ନୂତନ ମଡେଲ୍ ସାହାଯ୍ୟରେ ଭାରତୀୟ ବଜାରରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ।

ସମଗ୍ର ବିଶ୍ୱରେ ଆପଲ୍‌ର ଯେତିକି ଫୋନ୍ ବିକ୍ରୟ ହୁଏ ଏହାର ୧.୫%ରୁ କମ୍ ଭାରତରେ ବିକ୍ରି ହୁଏ । ବର୍ତ୍ତମାନ ଭାରତରେ ଆଇଫୋନ୍ ଉତ୍ପାଦନର ୬୦% ରୁ ଅଧିକ ରପ୍ତାନି ପାଇଁ ହେବ । ଯାହା ପିଏଲଆଇ ସ୍କିମ୍ ଅନ୍ୟତମ ଲକ୍ଷ୍ୟ ଅଟେ । ଚୀନ୍ ଏବଂ ଭିଏତନାମ ଠାରୁ ସ୍ମାର୍ଟଫୋନ୍ ଉତ୍ପାଦକ ଭାରତ ଆଣିବା ଉଦ୍ଦେଶ୍ୟରେ ୨୦୨୦ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା । ବିଶେଷକରି ଚୀନ ସହିତ ସୀମା ବିବାଦ ପରେ ଏହି କ୍ଷେତ୍ରରେ ଭାରତ ସରକାରଙ୍କ ଆଗ୍ରହ ବଢିଯାଇଥିଲା । ଏହି ଯୋଜନା ପାଇଁ ପାଞ୍ଚବର୍ଷରେ ମୋଟ୍ ୪୦,୯୫୧ କୋଟି ମୋଟ ଖର୍ଚ୍ଚ କରୁଛନ୍ତି ଭାରତ ସରକାର । ବିଗତ ୧୫ ବର୍ଷ ମଧ୍ୟରେ, ଆପଲ୍‌, ଚୁକ୍ତିଭିତ୍ତିକ ଉତ୍ପାଦକମାନଙ୍କ ମାଧ୍ୟମରେ, ୮୫-୯୦ ବିଲିୟନ ଡ଼ଲାରର ଆଇଫୋନ୍ ଚାଇନା ବ୍ୟତିତ ଅନ୍ୟ ଦେଶ ମାନଙ୍କରେ ଉତ୍ପାଦନ କରିବା କ୍ଷମତା ହାସଲ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking