32.1 C
Bhubaneswar
Thursday, March 28, 2024
Homeଖେଳଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍

ନୂଆଦିଲ୍ଲୀ : ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍ । ଦିନିକିଆ ସିରିଜରେ ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ପାଇଁ ଶିଖର ଧାଓ୍ୱନଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଅପରାହ୍ଣ ୨ଟା ୩୦ରେ ଟସ୍ ପଡ଼ିବ ଓ ୩ଟାରେ ମ୍ୟାଚ୍ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଭାରତୀୟ ଟିମ୍ ଏହି ଗସ୍ତରେ ଶ୍ରୀଲଙ୍କାରେ ୩ଟି ଦିନିକିଆ ସହ ୩ଟି ଟି-ଟ୍ୱେଣ୍ଟିଂ ମ୍ୟାଚ୍ ଖେଳିବ। ପ୍ରଥମ ପର୍ଯ୍ୟାୟରେ ୩ଟି ଦିନିକିଆ ଖେଳାଯିବ। ଏହାପରେ ତିନିଟି ଟି-ଟ୍ୱେଣ୍ଟିଂ ମ୍ୟାଚ ଅନୁଷ୍ଠିତ ହେବ। ୧୩ ତାରିଖରେ ମ୍ୟାଚ୍ ଆରମ୍ଭ ହେବାକୁ ଥିଲା। ହେଲେ ଶ୍ରୀଲଙ୍କାର ଖେଳାଳି କରୋନା ସଂକ୍ରମିତ ହେବାରୁ ୫ ଦିନ ଘୁଞ୍ଚାଇ ଦିଆଯାଇଥିଲା। ସେପଟେ ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଭାର ସମ୍ଭାଳିବେ ଦାସୁନ ସନକା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking