34.1 C
Bhubaneswar
Friday, March 29, 2024
Homeଖେଳ୨୨ରନରେ ହାରି ଏକଦିବସୀୟ ସିରିଜ୍ ହାତଛଡ଼ା କଲା ଟିମ୍ ଇଣ୍ଡିଆ

୨୨ରନରେ ହାରି ଏକଦିବସୀୟ ସିରିଜ୍ ହାତଛଡ଼ା କଲା ଟିମ୍ ଇଣ୍ଡିଆ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଟି-୨୦ ସିରିଜକୁ ୫-୦ରେ ବିଜୟୀ ହେବା ପରେ ଆଜି ଏକଦିବସୀୟ ସିରିଜକୁ ୨-୦ରେ ହାତଛଡ଼ା କରିଛି। ଅକଲାଣ୍ଡର ଇଡେନ୍ ପାର୍କରେ ଅନୁଷ୍ଠିତ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୨୨ରନରେ ପରାସ୍ତ କରିଛି। ଟସ୍ ଜିତି ଅଧିନାୟକ ବିରାଟ କୋହଲି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଶା କରାଯାଉଥିଲା କି ପଛରେ ବ୍ୟାଟିଂ କରିବା ଜିତିବାରେ ସହାୟକ ହେବ। ନ୍ୟୁଜଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୮ଉଇକେଟ୍ ହରାଇ ୨୭୩ରନ୍ କରିଥିଲା। ଏହା ପରେ ୨୭୪ ରନର ଟାର୍ଗେଟ ଦେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ମାତ୍ର ଭାରତୀୟ ବ୍ୟାଟସମ୍ୟାନମାନେ ନ୍ୟୁଜିଲାଣ୍ଡର ବୋଲିଂ ଆକ୍ରମଣର ସଠିକ ମୁକାବିଲା କରିପାରି ନ ଥିଲେ। ଫଳରେ ଭାରତର ବିଜୟ ଆଶା ଧୂଳିସାତ ହୋଇଯାଇଥିଲା। ୨୨ରନରେ ହାରି ଏକଦିବସୀୟ ସିରିଜ୍ ହାତଛଡ଼ା କଲା ଟିମ୍ ଇଣ୍ଡିଆ।
https://onakhabar.com/2020/02/08/attack-for-refuse-marrige-proposal/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking