29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗ୩୧୭ ରନରେ ଦ୍ୱିତୀୟ ଟେଷ୍ଟ ଜିତିଲା ଭାରତ

୩୧୭ ରନରେ ଦ୍ୱିତୀୟ ଟେଷ୍ଟ ଜିତିଲା ଭାରତ

ନୂଆଦିଲ୍ଲୀ: ଚେନ୍ନାଇରେ ମିଳିଥିବା ପରାଜୟର ବଦଲା ଆଜି ନେଇଛି ଭାରତୀୟ ଟିମ । ଚେନ୍ନାଇର ଚେପାଙ୍କ ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ, ଇଂଲଣ୍ଡକୁ ୩୧୭ ରନରେ ହରାଇଛି । ଏହି ବିଜୟ ସହ ଭାରତୀୟ ଟିମ ସିରିଜରେ ୧-୧ରେ ବରାବର କରିଛି । ଭାରତୀୟ ଟିମର ଦ୍ୱିତୀୟ ପାଳିର ମ୍ୟାଚରେ ଆର ଅଶ୍ୱିନୀ ଚମତ୍କାର ଖେଳ ପ୍ରଦର୍ଶନ କରି ମୋଟ ୮ଟି ୱିକେଟ ନେଇଛନ୍ତି । ଏବେ ଦୁଇ ଦଳଙ୍କ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ୨୪ ଫେବୃୟାରୀରେ ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୩୨୯ ରନ କରିଥିଲା । ରୋହିତ ଶର୍ମା ଶତକ କରିଥିଲେ । ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୧୩୪ ରନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking