34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଟେଷ୍ଟ ସିରିଜ ପୂର୍ବରୁ ରୋହିତ ଶର୍ମା ଫିଟ୍‌, ଶୀଘ୍ର ଦଳରେ ହୋଇପାରନ୍ତି ସାମିଲ

ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଶର୍ମା ଫିଟ୍‌, ଶୀଘ୍ର ଦଳରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ରହିଛି । ତାହା ହେଲା ଷ୍ଟାର ଓପନର ରୋହିତ ଶର୍ମା ଫିଟନେସ ଟେଷ୍ଟ ପାସ କରି ସାରିଛନ୍ତି । ନ୍ୟାସନାଲ କ୍ରିକେଟ ଏକାଡେମୀ(ଏନସିଏ), ଶୁକ୍ରବାର ଦିନ ଫିଟନେସ ଟେଷ୍ଟ ପାସ କରିବା ପରେ ମୁମ୍ବାଇର ଏହି ଖେଳାଳୀକୁ ଖେଳିବା ପାଇଁ ଫିଟ ବୋଲି ମାନିଛନ୍ତି । କରୋନା ଭାଇରସ ସଂକ୍ରମଣ ପାଇଁ ଏବେ ସମସ୍ତେ ସଙ୍ଗରୋଧରେ ରହୁଛନ୍ତି । ଯଦିଓ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ସେ ଉପସ୍ଥିତ ରହିପାରିବେ ନାହିଁ, ମାତ୍ର ଶେଷ ଦୁଇଟି ଟେଷ୍ଟରେ ସେ ଟିମରେ ସାମିଲ ରହିପାରିବେ । ସୂଚନାଯୋଗ୍ୟ ଯେ, ଆଇପିଏଲ ସମୟରେ ରୋହିତଙ୍କ ମାଂସପେଶୀରେ ଜଖମ ଆସିଯାଇଥିଲା । ବିରାଟ କୋହଲୀ ପ୍ରଥମ ଟେଷ୍ଟ ମ୍ୟାଚ ପରେ ପ୍ୟାଟରନିଟି ଲିଭରେ ଯାଇଛନ୍ତି । ଆଉ ଏହି ସମୟରେ ଷ୍ଟାର ବଲେବାଜ୍ ରୋହିତ ଶର୍ମା ଫିଟ୍ ହେବା ଦ୍ୱାରା ଭାରତୀୟ ଟିମକୁ ସାହସ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking