25.1 C
Bhubaneswar
Monday, January 13, 2025
Homeଖେଳଦ୍ୱିତୀୟ ଟି-୨୦: ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଭାରତ

ଦ୍ୱିତୀୟ ଟି-୨୦: ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଭାରତ

ନାଗପୁର: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଛି ଭାରତ । ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ତିତି ସୃଷ୍ଟି କରିଥିଲା । କାହିଁକି ନା ଯଦି ଏହି ମ୍ୟାଚରେ ଭାରତୀୟ ଦଳ ହାରିଯାଏ ତେବେ ସିରିଜ୍ ହାରିଯି । ପ୍ରଥମ ଟି -୨୦ରେ ଅଷ୍ଟ୍ରେଲିଆ ଚାରିଟି ୱିକେଟ୍ ନେଇ ଭାରତକୁ ପରାସ୍ତ କରିଥିଲା । ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପଡ଼ିଆ ଓଦା ଥିବା ହେତୁ ଏହି ମ୍ୟାଚ୍ ଆଠ ଓଭର ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଠ ଓଭରରେ ପାଞ୍ଚଟି ୱିକେଟ ହରାଇ ୯୦ ରନ୍‌ କରିଥିଲା । ଏହାର ଜବାବରେ ଭାରତ ୪ ୱିକେଟ୍ ହରାଇ ୭ ଓଭର ୨ଟି ବଲରେ ଟାର୍ଗେଟ ପୂରଣ କରିଥିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୯୦ ରନ୍ କରି ଭାରତକୁ ୯୧ରନ୍‌ର ଟାର୍ଗେଟ ଦେଇଥିଲା । ତେବେ ଲକ୍ଷପୂରଣ କରିବା ନେଇ ଭାରତୀୟ ଦଳ ମଧ୍ୟ ମଇଦାନକୁ ଓହ୍ଲାଇଥିଲେ । ପ୍ରଥମ ଓଭରରେ ରୋହିତ ଶର୍ମା ଓ କେ ଏଲ ରାହୁଲଙ୍କ ଓପନିଂ ୨୦ରନ୍‌ର ଖାତା ଖୋଲିଥିଲା ।

ଜୋଶ ହାଜଲେଉଡଙ୍କ ଏହି ଓଭରରେ ରୋହିତ ଦୁଇଟି ଛକା ମାରିଥିବା ବେଳେ ରାହୁଲ ଗୋଟିଏ ଛକା ମାରିଥିଲେ । ତୃତୀୟ ଓଭରରେ ୩୦ ରନରେ ଭାରତ ପ୍ରଥମ ୱିକେଟ ହରାଇଥିଲା । ୬ ଟି ବଲରେ ୧୦ ରନ୍ କେ.ଏଲ୍ ରାହୁଲ ପାଭିଲିୟନ ଫେରିଥିଲେ । ଆଡାମ ଜାମ୍ପା ରାହୁଲଙ୍କ ବିପକ୍ଷରେ ବୋଲିଂ କରିଥିଲେ । ତେବେ ପଞ୍ଚମ ଓଭରର ଦ୍ୱିତୀୟ ବଲରେ ଭାରତ ଦ୍ୱିତୀୟ ୱକେଟ ହରାଇଥିଲା । ଲେଗ୍ ସ୍ପିନର ଆଡାମ ଜାମ୍ପା ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ କ୍ଳିନ ବୋଲ୍ଡ କରିଥିଲେ । କୋହଲି ୬ ଟି ବଲରେ ୧୧ ରନ୍ କରିଥିଲେ । ସେ ଦୁଇଟି ୪ ମାରିଥିଲେ । ପରବର୍ତ୍ତି ବଲ୍‌ରେ ଜମ୍ପା ସୂର୍ଯ୍ୟକୁମାର ଯାଦବଙ୍କୁ ଆଉଟ୍ କରିଥିଲେ ।

ଖାତା ନ ଖୋଲି ସୁର୍ଯ୍ୟକୁମାର ପାଭିଲିୟନ ଫେରିଥିଲେ । ପାଞ୍ଚ ଓଭର ଶେଷ ସୁଦ୍ଧା ଭାରତ ତିନୋଟି ୱିକେଟ ହରାଇ ଭାରତ ୫୮ ରନ୍ କରିଥିଲା । ୬ ଓଭର ପରେ ୩ଟି ୱିକେଟ୍ ହରାଇ ଭାରତ ୬୯ ରନ୍ କରିଥିଲା । ଦଳକୁ ଜିତିବା ପାଇଁ ୧୨ ଟି ବଲରେ ୨୨ରନର ଆବଶ୍ୟକ ରହିଥିଲା । ତେବେ ସପ୍ତମ ଓଭରରେ ୭୭ ରନ୍ କରି ଭାରତ ଚତୁର୍ଥ ୱିକେଟ ହରାଇଥିଲା । ନଅ ବଲରେ ନଅ ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ପାଭିଲିୟନ ଫେରିଥିଲେ । ସାତ ଓଭର ପରେ ଚାରିଟି ୱିକେଟ ହରାଇ ଭାରତ ୮୨ ରନ୍ କରିଥିଲା । ଅନ୍ତିମ ଓଭରର ଦ୍ୱିତୀୟ ବଲରେ ଭାରତ ତାର ଟାର୍ଗେଟ ହାସଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking