34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୨୪ଘଣ୍ଟାରେ ୯୭,୮୯୪କରୋନା ଆକ୍ରାନ୍ତ ଚିହ୍ନଟ,୧୧୩୨ଜଣ ମୃତ

୨୪ଘଣ୍ଟାରେ ୯୭,୮୯୪କରୋନା ଆକ୍ରାନ୍ତ ଚିହ୍ନଟ,୧୧୩୨ଜଣ ମୃତ

ନୂଆଦିଲ୍ଲୀ:କରୋନା ପରିସ୍ଥିତି ଦେଶରେ ଏବେ ଅସମ୍ଭାଳ ହୋଇପଡ଼ିଛି । ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ ସଂଖ୍ୟା ।ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୮୩ ହଜାର ୧୯୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭ ହଜାର ୮୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୧୮ ହଜାର ୨୫୩ କୁ ବୃଦ୍ଧି ପାଇଛି ।ଅନ୍ୟପଟେ ଦେଶରେ ୧୦,୦୯,୯୭୬ ଜଣ ଚିକିତ୍ସିତ ହେଉଥିବା ବେଳେ ୪୦,୨୫,୦୮୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ଅନୁଯାୟୀ , ମହାରାଷ୍ଟ୍ରରୁ ସର୍ବାଧିକ ୨୯୭୫୦୬ଟି କରୋନା ପଜିଟିଭ କେସ୍ ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking