25.1 C
Bhubaneswar
Monday, January 13, 2025
Homeଖେଳଫାଇନାଲରେ ଶୀଘ୍ର ୩ ୱିକେଟ ହରାଇଲା ଭାରତ

ଫାଇନାଲରେ ଶୀଘ୍ର ୩ ୱିକେଟ ହରାଇଲା ଭାରତ

ଅହମଦାବାଦ :  ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍‌ରେ ଭାରତ ପ୍ରାରମ୍ଭିକ ୱିକେଟ ହରାଇ ଅଡୁଆରେ ପଡିଛି। ଏହି ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବା ପାଇଁ ପଡିଆକୁ ଓହ୍ଲାଇଥିଲା।

ତେବେ ସବୁ ମ୍ୟାଚ୍‌ ଭଳି ବିଶ୍ୱକପ ଫାଇନାଲରେ ମଧ୍ୟ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ। କିନ୍ତୁ ତାଙ୍କୁ ଗିଲ ସାଥ ଦେଇ ନଥିଲେ। ଗିଲ୍‌ ୪ ରନ କରି ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ। ଗିଲ୍‌ଙ୍କ ଆଉଟ ହେବା ପରେ ମଧ୍ୟ ରୋହିତଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲେ। ସେ ଛକା ଓ ଚୌକା ମାରିବାରେ ଲାଗିଥିଲେ।

ତେବେ ସେ ପୁଣି ୪୭ ରନରେ ଅଟକିଥିଲେ। ୧୦ମ ଓଭର ପକାଉ ଥିବା ମ୍ୟାକ୍ସୱେଲଙ୍କୁ ସେ ପ୍ରଥମେ ଗୋଟିଏ ଛକା ଓ ଚୌକା ମାରିଥିଲେ। କିନ୍ତୁ ପୁଣି ବଡ଼ ଶଟ ମାରିବାକୁ ଯାଇ ରୋହିତ ଆଉଟ ହୋଇଯାଇଥିଲେ। ରୋହିତ ୩୧ ବଲରେ ୪୭ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ଟି ଚୌକା ଓ ୩ଟି ବିଶାଳ ଛକା ରହିଛି।

ରୋହିତଙ୍କ ଆଉଟ ହେବା ପରେ ପଡିଆକୁ ଆସିଥିଲେ ଶ୍ରେୟସ ଆୟର। ଭଲ ଫର୍ମରେ ଥିବା ଶ୍ରେୟସ ଆୟର କିନ୍ତୁ ଆସୁ ଆସୁ ମାତ୍ର ୪ ରନ୍‌ କରି ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ। ୧୧ତମ ଓଭରେ ଶ୍ରେୟସ ଆୟରଙ୍କୁ କମିନ୍ସ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଛନ୍ତି। ଏବେ ବିରାଟ ଓ ରାହୁଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ଖବର ଲେଖାଯିବା ବେଳକୁ ୨୧ ଚାଲିଥିବା ବେଳେ ଭାରତର ସ୍କୋର ୩ ୱିକେଟରେ ୧୧୬ ରନ୍‌ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking