28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ୧୦୦ ଲକ୍ଷ କୋଟିର ନ୍ୟାଶନାଲ ମାଷ୍ଟର ପ୍ଲାନ ଶୁଭାରମ୍ଭ

୧୦୦ ଲକ୍ଷ କୋଟିର ନ୍ୟାଶନାଲ ମାଷ୍ଟର ପ୍ଲାନ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଲ୍ଟି ମୋଡାଲ ସଂଯୋଗୀକରଣ ନିମନ୍ତେ ୧୦୦ ଲକ୍ଷ କୋଟିର ନ୍ୟାଶନାଲ ମାଷ୍ଟର ପ୍ଲାନ ଶୁଭାରମ୍ଭ କରିଛନ୍ତି । ଯାହା ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ସହ ଅର୍ଥନୀତିର ଅଗ୍ରଗତି ପାଇଁ ସହାୟକ ହେବ । ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ, କାର୍ଗୋ ନିୟନ୍ତ୍ରଣ କ୍ଷମତା ବୃଦ୍ଧି କରିବାରେ ପ୍ରଧାନମନ୍ତ୍ରୀ ଗତି ଶକ୍ତିର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏବେ ଅନେକ ରାଜନୈତିକ ଦଳ ମୌଳିକ ଢ଼ାଂଚାକୁ ଅଗ୍ରାଧିକାର ଦେଉନଥିବା କହିବା ସହ ସେମାନଙ୍କର କାର୍ଯ୍ୟସୂଚୀରେ ଏହା କେବେ ଦେଖିବାକୁ ମିଳୁନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି, ଏଭଳି କିଛି ରାଜନୈତିକ ଦଳ ଅଛନ୍ତି, ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ମୌଳିକ ଢ଼ାଂଚା ସୃଷ୍ଟିକୁ ସମାଲୋଚନା କରିବାରେ ଆନନ୍ଦ ପାଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଉତମ ମାନର ମୌଳିକ ଢ଼ାଂଚା ସୃଷ୍ଟି ସବୁଠାରେ ଗ୍ରହଣୀୟ ଓ ଏହାଦ୍ୱାରା ସ୍ଥାୟୀ ବିକାଶ ସମ୍ଭବ ହେବ । ଏହା ମଧ୍ୟ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ୍ ଉଭୟ ସରକାରୀ ଓ ଅନ୍ୟ ଭାଗିଦାରମାନଙ୍କୁ ଗୋଟିଏ ମଂଚକୁ ଆଣି ପରିବହନ ବ୍ୟବସ୍ଥାକୁ ସାବଲୀଳ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହା ଦ୍ୱାରା ସାମୂହିକ ଶାସନର ପ୍ରସାର ଘଟିବ ଏବଂ ଏକବିଂଶ ଶତାବ୍ଦୀର ଭାରତ ସମସ୍ତ ପୁରୁଣା ଚିନ୍ତାଧାରାକୁ ପଛରେ ପକାଇ ନୂଆ ଚିନ୍ତାଧାରା ସହ ଅଗ୍ରସର ହେବ । ପ୍ରଧାନମନ୍ତ୍ରୀ, ଆଜିର ମନ୍ତ୍ର ହେଉଛି, ଅଗ୍ରଗତି ପାଇଁ ଇଚ୍ଛା, ଅଗ୍ରଗତି ପାଇଁ କାର୍ଯ୍ୟ, ଅଗ୍ରଗତି ପାଇଁ ସମ୍ବଳ, ଅଗ୍ରଗତି ପାଇଁ ଯୋଜନା ଓ ଅଗ୍ରଗତିକୁ ଅଗ୍ରାଧିକାର ପ୍ରଦାନ ବୋଲି କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଗତଶକ୍ତି-ନ୍ୟାଶନାଲ୍ ମାଷ୍ଟର ପ୍ଲାନ୍ ପୁଞ୍ଜି ନିବେଶକାରୀମାନଙ୍କୁ ନିଷ୍ପତି ଗ୍ରହଣରେ ଏକ ବିଜ୍ଞାନ ସମ୍ମତ ମାଧ୍ୟମ ଯୋଗାଇବ । ଏହା ମଧ୍ୟ ଦେଶର ନୀତି ନିର୍ଦ୍ଧାରଣକାରୀ ମାନଙ୍କୁ ନିଷ୍ପତି ଗ୍ରହଣରେ ସାହାଯ୍ୟ କରିବ । ସେ କହିଛନ୍ତି ଭାରତର ବିକାଶ ପାଇଁ ମୌଳିକ ଢ଼ାଂଚା ବିକାଶ ସହ ସଂପୃକ୍ତ ସମସ୍ତ ବିଭାଗ ଏକାଠି ହେବା ଓ ପରସ୍ପରର ଶକ୍ତିର ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଆଭିମୁଖ୍ୟ ଗତ କିଛିବର୍ଷ ଭିତରେ ଭାରତକୁ ଅଭୂତପୂର୍ବ ଗତି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ ପୂର୍ବର ୫ ବର୍ଷ ସମୟ ମଧ୍ୟରେ ମାତ୍ର ୩ ହଜାର କିଲୋମିଟର ଦୀର୍ଘ ରେଳପଥ ବିଦ୍ୟୁତିକରଣ କରାଯାଇଥିଲା । କିନ୍ତୁ ଗତ ୭ ବର୍ଷ ଭିତରେ ୨୪ ହଜାର କିଲୋମିଟର ଦୀର୍ଘ ରେଳପଥର ବିଦ୍ୟୁତିକରଣ କରାଯାଇଛି । ୨୦୧୪ ପୂର୍ବରୁ ମାତ୍ର ୬୦ଟି ପଂଚାୟତକୁ ଅପ୍ଟିକାଲ୍ ଫାଇବର୍ ସଂଯୋଗ ଦିଆଯାଇଥିବା ବେଳେ ବିଗତ ୭ ବର୍ଷ ମଧ୍ୟରେ ଦେଢ଼ଲକ୍ଷରୁ ଅଧିକ ଗ୍ରାମପଂଚାୟତକୁ ଅପ୍ଟିକାଲ୍ ଫାଇବର୍ ସଂଯୋଗ ଦିଆଯାଇଛି । ଭାରତ ଅନ୍ତର୍ଦେଶୀୟ ଜଳପଥ ଓ ସି- ପ୍ଲେନ କ୍ଷେତ୍ରରେ ନୂଆ ମୌଳିକ ଢ଼ାଂଚାର ସ୍ଥାପନ କରିଛି । ଏହି ଯୋଜନାରେ ସମସ୍ତ ସଂପୃକ୍ତ ବିଭାଗକୁ ଗୋଟିଏ ପ୍ଲାଟଫର୍ମରେ ସଂଯୋଗ କରି ପ୍ରକଳ୍ପଗୁଡିକୁ କ୍ରିୟାଶୀଳ କରାଯାଇପାରିବ ବୋଲି ସେ କହିଛନ୍ତି । ପ୍ରଗତି ମୈଦାନରେ ‘ପିଏମ୍ ଗତି ଶକ୍ତି’ର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ଏହାର ସମୀକ୍ଷା କରିଥିଲେ । ପିଏମ ଗତି ଶକ୍ତି ଯୋଜନା ଏକ ପ୍ଲାଟଫର୍ମ ଯେଉଁଠି ବିଭିନ୍ନ ମନ୍ତ୍ରଣାଳୟ/ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ପ୍ରଭାବଶାଳୀ ଢ଼ଙ୍ଗରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ । ପ୍ରାୟ ୧୬ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗଦ୍ୱାରା ଆରମ୍ଭ ହୋଇଥିବା ଏହି ଭିତିଭୂମୀୟ ଯୋଜନାକୁ ‘ପିଏମ୍ ଗତିଶକ୍ତି’ ଏକତ୍ର କରିବ ବୋଲି ଆଶା କରାଯାଉଛି । ତେବେ ଏହାଦ୍ୱାରା ୫-ଟ୍ରିଲିୟନ୍ ଅର୍ଥନିତୀ ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking