35.1 C
Bhubaneswar
Tuesday, April 23, 2024
Homeଖେଳଫିଡେ ୱାର୍ଲ୍ଡ ମହିଳା ଟିମ୍ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ଭାରତ

ଫିଡେ ୱାର୍ଲ୍ଡ ମହିଳା ଟିମ୍ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ଭାରତ

ନୂଆଦିଲ୍ଲୀ: ସ୍ପେନ୍‌ର ସିତ୍‌ଗେସ୍‌ରେ ଚାଲିଥିବା ଫିଡେ ୱାର୍ଲ୍ଡ ମହିଳା ଚାମ୍ପିଅନ୍‌ଶିପ୍‌ରେ ପୂର୍ବତନ ଚାମ୍ପିଅନ୍ ତଥା ୩ୟ ସିଡ୍ ଜର୍ଜିଆକୁ ୨.୫-୧.୫ରେ ହରାଇ ଭାରତ ଫାଇନାଲ୍ସରେ ପ୍ରବେଶ କରିଛି । ସେମିଫାଇନାଲ୍‌ରେ ଆର୍‌. ବୈଶାଳୀ ଭାରତକୁ ଅଗ୍ରଣୀ କରିବା ପରେ ତାନିଆ ସଚେଦେବା ଶେଷରେ ଟିମ୍‌କୁ ବିଜୟ କରାଇ ଫାଇନାଲ୍‌ରେ ପ୍ରବେଶ କରାଇଥିଲେ ।

ପ୍ରଥମ ସେଟ୍‌କୁ ଭାରତ ୨-୨ରେ ଜର୍ଜିଆ ସହ ଡ୍ର’ ରଖିଥିଲା । ଏହା ପରେ ଦ୍ୱିତୀୟ ସେଟ୍‌ରେ ଡି ହାରିକା ଜର୍ଜିଆର ଜାଗ୍‌ନିଡଜେଙ୍‌କ ସହ ଡ୍ର’ ଖେଳିବା ପରେ ସେକେଣ୍ଡ ବୋର୍ଡରେ ଖେଳୁଥିବା ବୈଶାଳୀ ନିନୋ ବାଟ୍‌ସିଆଭିଲିଙ୍କ ବିପକ୍ଷରେ ବିଜୟୀ ହୋଇ ଭାରତକୁ ୧.୫-୦.୫ରେ ଅଗ୍ରଣୀ କରାଇଥିଲେ । ତେବେ ପରେ ମାରୀ ଆନ୍ନ ଗୋମ୍ସ ଲିଲା ଜାଭାଖିସ୍‌ଭିନ୍‌ଙ୍କଠାରୁ ପରାସ୍ତ ହେବା ପରେ ବୈଶାଳୀ ମେରି ଆରାବିଡ୍‌ଜେଙ୍କୁ ହରାଇ ପୂର୍ବତନ ଚାମ୍ପିଅନ୍ ବିପକ୍ଷରେ ଭାରତକୁ ଏକ ସ୍ୱରଣୀୟ ବିଜୟ ପ୍ରଦାନ କରିଥିଲେ । ଅନ୍ୟ ଏକ ସେମିଫାଇନାଲ୍‌ରେ ଟପ୍ ସିଡ୍ ରୁଷିଆ ସିଧା ସେଟ୍‌ରେ ୟୁକ୍ରେନ୍‌କୁ ହରାଇ ଫାଇନାଲ୍ସରେ ପ୍ରବେଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking