27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପାରମ୍ପରିକ ବୁଡ଼ାଜାହାଜ ସହ ଆଗକୁ ବଢ଼ିବ ଭାରତୀୟ ନୌସେନା

ପାରମ୍ପରିକ ବୁଡ଼ାଜାହାଜ ସହ ଆଗକୁ ବଢ଼ିବ ଭାରତୀୟ ନୌସେନା

ନୂଆଦିଲ୍ଲୀ : ଭାରତୀୟ ନୌସେନା ପରମାଣୁ ଶକ୍ତି ଚାଳିତ ଏବଂ ଡିଜେଲ-ଇଲେକ୍ଟ୍ରିକ୍ ଶକ୍ତିରେ ଚାଲୁଥିବା ପାରମ୍ପରିକ ବୁଡ଼ାଜାହାଜର ବ୍ୟବହାର ଜାରି ରଖିବ । ରୁଷ ଏବଂ ଚୀନ୍ ନୌସେନା ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି । ଭାରତୀୟ ନୌସେନା ୨୪ଟି ନୂଆ ବୁଡ଼ାଜାହାଜର ଆବଶ୍ୟକତା ଲୋଡ଼ିଛି । ସେଥିମଧ୍ୟରୁ ୬ଟି କଲଭାରୀ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ ଚାଲିଥିବା ବେଳେ ୬ଟି ପରମାଣୁ ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବ୍ୟାପାର କ୍ୟାବିନେଟ କମିଟି ପାଖରେ ବିଚାରାଧୀନ ରହିଛି । ଭାରତୀୟ ନୌସେନା ପାଖରେ ବର୍ତ୍ତମାନ ରୁଷର କିଲୋ ଶ୍ରେଣୀର ବୁଡ଼ାଜାହାଜ, ଜର୍ମାନୀ ନିର୍ମିତ ଏଚ୍‌ଡିଡବ୍ଲୁ ଶ୍ରେଣୀର ବୁଡ଼ାଜାହାଜ ଏବଂ ସ୍ୱଦେଶୀ ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ାଜାହାଜ ଆଇଏନ୍‌ଏସ୍ ଅରିହନ୍ତ ରହିଛି । ଏହା ବ୍ୟତୀତ ଭାରତ ଗତ ୩୦ ବର୍ଷ ଧରି ରୁଷଠାରୁ ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ଲିଜ୍ ଆକାରରେ ନେଉଛି । ଏମିତିରେ ଆଉ ଏକ ବୁଡ଼ାଜାହାଜକୁ ଲିଜ୍ ଆକାରରେ ନେବା ପାଇଁ ରୁଷ ସହିତ କଥାବାର୍ତ୍ତା ଚାଲିଛି । ଅରିହନ୍ତ ଶ୍ରେଣୀର ଆଉ ପାଞ୍ଚଟି ପରମାଣୁ ବୁଡ଼ାଜାହାଜ ନିର୍ମାଣ କରିବାର ଯୋଜନା ରହିଛି । ଏହି ବୁଡ଼ାଜାହାଜଗୁଡିକ ୨୪ ବୁଡ଼ାଜାହାଜ ନିର୍ମାଣ ପ୍ରସ୍ତାବ ଯୋଜନାଠାରୁ ଭିନ୍ନ ହେବ । ଆମେରିକା, ଫ୍ରାନ୍ସ, ବ୍ରିଟେନ ଏବଂ ଏବେ ଅଷ୍ଟ୍ରେଲିଆ ନିଜର ବୁଡ଼ାଜାହାଜକୁ ପରମାଣୁ ଶକ୍ତି ଚାଳିତ ବନାଇବା ଦିଗରେ ଅଗ୍ରସର ହେଉଛନ୍ତି । ପରମାଣୁ ଶକ୍ତି ଚାଳିତ ବୁଡ଼ାଜାହାଜ ଅନେକ ମାସ ପର୍ଯ୍ୟନ୍ତ ପାଣି ତଳେ ରହି କାମ କରିପାରିବ, ଯେତେବେଳେ କି, ଡିଜେଲ-ଇଲେକ୍ଟ୍ରିକ୍ ବୁଡ଼ାଜାହାଜକୁ ନିଜର ବ୍ୟାଟେରୀ ଚାର୍ଜ କରିବା ପାଇଁ ଜଳ ପୃଷ୍ଠକୁ ଆସିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking