40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗୟୁଏନରେ ଭାରତକୁ ଗୁରୁତ୍ୱପୁର୍ଣ୍ଣ ପଦବୀ

ୟୁଏନରେ ଭାରତକୁ ଗୁରୁତ୍ୱପୁର୍ଣ୍ଣ ପଦବୀ

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତକୁ ମିଳିଛି ଗୁରୁତ୍ୱପୁର୍ଣ୍ଣ ପଦବୀ । ମିଳିତ ଜାତିସଂଘର ୩ ଟି ମୁଖ୍ୟ ସମିତିରେ ଅଧ୍ୟକ୍ଷତା କରିବ ଭାରତ । ଏହି ୩ଟି ସମିତି ଗୁଡ଼ିକ ହେଲା ତାଲିବାନ ପ୍ରତିବନ୍ଧ ସମିତି , ଆତଙ୍କବାଦୀ ବିରୋଧୀ ସମିତି ଓ ଲିବିୟା ପ୍ରତିବନ୍ଧ ସମିତି । ଏହି ସମସ୍ତ ସମିତି ଭାରତ ପାଇଁ ବହୁତ୍ୱ ଗୁରୁତ୍ୱପୁର୍ଣ୍ଣ ଅଟେ । ଏନେଇ ସୂଚନା ଦେଇଛନ୍ତି ମିଳିତ ଜାତିସଂଘର ସୁରକ୍ଷା ବିଭାଗର ସ୍ଥାୟୀ ପ୍ରତିନିଧି ଟି.ଏସ ଟ୍ରିମୁର୍ତ୍ତି । ୨୦୨୨ ରେ ଭାରତ ଏହି ଆତଙ୍କବାଦୀ ସମିତିର ଅଧ୍ୟକ୍ଷତା କରିବ । ଭାରତ ପୁର୍ବରୁୁ ଜାରି ରଖିଥିବା ଆତଙ୍କବାଦ ବିରୁଦ୍ଧରେ ଲଢେଇକୁ ଏହି ଅଧ୍ୟକ୍ଷତା ଆହୁରି ଶକ୍ତି ଯୋଗାଇବ । କାରଣ ଆତଙ୍କବାଦରୁ ପ୍ରଭାବିତ ହେଉଥିବା ରାଷ୍ଟ୍ର ମାନଙ୍କ ମଧ୍ୟରେ ଭାରତ ଅନ୍ୟତମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking