26.1 C
Bhubaneswar
Friday, March 29, 2024
Homeଖେଳ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପ : ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପ : ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

ନୂଆଦିଲ୍ଲୀ : ଚଳିତ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପରେ ମଙ୍ଗଳବାର ଭାରତ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଲିଗ୍ ପର୍ଯ୍ୟାୟରେ ଗ୍ରୁପ-ଏ’ରେ ଶୀର୍ଷରେ ରହିବା ପରେ ତା’ର ମୁକାବିଲା ପ୍ରଥମ କ୍ୱାର୍ଟରେ ଅଷ୍ଟ୍ରେଲିଆ ସହ ହୋଇଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୨୩୩ ରନ୍ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୪୩.୩ ଓଭରରେ ମାତ୍ର ୧୫୯ ରନ୍ କରି ଅଲ୍ ଆଉଟ୍ ହୋଇଯିବା ଫଳରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଭାରତ ପ୍ରତିଯୋଗିତାରେ ତା’ର ଅପରାଜୟ ଧାରା ବଜାୟ ରଖିଛି।
ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିବା ଦ୍ରୁତ ବୋଲର୍ କାର୍ତ୍ତିକ ତ୍ୟାଗୀ ୪ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଭାରତ ପକ୍ଷରୁ ଓପନର ୟଶ ଜୈସ୍ୱାଲ୍ ତାଙ୍କର ଉନ୍ନତ ଫର୍ମ ଜାରି ରଖି ଆଉ ଏକ ଅର୍ଦ୍ଧଶତକ କରିଥିଲେ । ସେ ୮୨ ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ସହ ୬୨ ରନ୍ କରିଥିବା ବେଳେ ମଧ୍ୟମକ୍ରମରେ ଅଧିନାୟକ ପ୍ରିୟମ୍ ଗର୍ଗଙ୍କ ସମେତ ୩ ଜଣ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଥିଲେ। ଅନ୍ୟତମ ଓପନର ଦିବ୍ୟାଂଶ ସକ୍ସେନା ୧୪, ତିଲକ୍ ବର୍ମା ୨, ଗର୍ଗ ୫ ଓ ଧ୍ରୁବ ଜୁରେଲ୍ ୧୫ ରନ୍ କରିଥିଲେ। ତେବେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଯଥାକ୍ରମେ ସିଦ୍ଧେଶ ବୀର, ଅଥର୍ବ ଆଙ୍କୋଲେକର୍ ଓ ରବି ବିଷ୍ଣୋଇ ଉପଯୋଗୀ ଇନିଂସ ଖେଳିବା ଫଳରେ ଭାରତ ସମ୍ମାନଜନକ ସ୍କୋର୍ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking