38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଶ୍ରୀଲଙ୍କା ନୌସେନାକୁ ଡୋର୍ନିଅର ବିମାନ ଉପହାର ଦେଲା ଭାରତ

ଶ୍ରୀଲଙ୍କା ନୌସେନାକୁ ଡୋର୍ନିଅର ବିମାନ ଉପହାର ଦେଲା ଭାରତ

କଲମ୍ବୋ : ଶ୍ରୀଲଙ୍କା ନୌସେନା ନିମନ୍ତେ ଏକ ଡୋର୍ନିଅର ବିମାନ ପ୍ରଦାନ କରିଛି ଭାରତ । ଏହା ଦ୍ବାରା ଭାରତ ମହାସାଗରରେ ଶ୍ରୀଲଙ୍କା ନୌସେନାର ପର‌୍ୟ୍ୟବେକ୍ଷଣ କ୍ଷମତା ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଏହି ବିମାନ ପ୍ରଦାନ କରାଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି । କଲମ୍ବୋ ଏୟାରପୋର୍ଟ ନିକଟସ୍ଥ କାଟୁନାୟକେ ଠାରେ ଥିବା ଶ୍ରୀଲଙ୍କା ବାୟୁସେନା ଘାଟିଠାରେ ଅନୁଷ୍ଠିତ ଏକ ସମାରୋହରେ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଏସଏନ ଘୋରମେଡ୍ ଶ୍ରୀଲଙ୍କା ନୌସେନାକୁ ଏହି ବିମାନ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୋପାଲ ବାଗଲେ ଉପସ୍ଥିତ ଥିଲେ । ଭାରତର ସ୍ବାଧୀନତାର ୭୫ ବର୍ଷପୂର୍ତ୍ତି ଅବସରରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଏହି ଉପହାର ପ୍ରଦାନ କରାଯାଇଛି । ଏହା ଦ୍ବାରା ଦୁଇ ଦେଶମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇବା ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking