29.1 C
Bhubaneswar
Friday, April 26, 2024
Homeଖେଳବିଜୟ ଲକ୍ଷ୍ୟରେ ଟିମ୍-ଇଣ୍ଡିଆ : ନ୍ୟୁଜିଲାଣ୍ଡକୁ ଦେଲା ୧୬୪ ରନର ଟାର୍ଗେଟ୍

ବିଜୟ ଲକ୍ଷ୍ୟରେ ଟିମ୍-ଇଣ୍ଡିଆ : ନ୍ୟୁଜିଲାଣ୍ଡକୁ ଦେଲା ୧୬୪ ରନର ଟାର୍ଗେଟ୍

ତୌରଙ୍ଗା : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମାଉଣ୍ଟମଙ୍ଗନୁଇରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ୨୦-୨୦ ଶୃଙ୍ଖଳାର ପଞ୍ଚମ ତଥା‌ ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୩ ଓ୍ୱିକେଟ୍ ହରାଇ ୧୬୩ ରନ୍ କରିଛି । ଫଳରେ ଶୃଙ୍ଖଳାର ଅନ୍ତିମ ମ୍ୟାଚକୁ ନିଜ ପକ୍ଷକୁ ନେବାକୁ ନ୍ୟୁଜିଲାଣ୍ଡକୁ ୧୬୪ ରନ୍ କରିବାକୁ ପଡ଼ିବ।
ଆଜି ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଛନ୍ତି ଓ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇଛି । ରୋହିତ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କେ.ଏଲ୍. ରାହୁଲ୍ ଓ ସଂଜୁ ସାମସଙ୍ଗ ଭାରତୀୟ ଇନିଂସ ଆରମ୍ଭ କରିଥିଲେ ହେଁ ଦଳର ରନ୍ ସଂଖ୍ୟା ମାତ୍ର ୮ ଥିବା ବେଳେ ସଂଜୁ ନିଜ ଓ୍ୱିକେଟ୍ ହରାଇଥିଲେ । ଏହାପରେ ରୋହିତ ଶର୍ମା ରାହୁଲଙ୍କ ସହିତ ଦଳର ବ୍ୟାଟିଂକୁ ଆଗକୁ ନେଇଥିଲେ। ତେବେ କେ.ଏଲ୍. ରାହୁଲ୍ ୩୩ ବଲରେ ୪୫ ରନ୍ କରି ଅଉଟ୍ ହୋଇ ପାଭଲିଅନକୁ ଫେରିଥିଲେ ।
ପରେ ଶ୍ରେୟସ୍ ଆୟରଙ୍କୁ ସାଥି କରି ଶର୍ମା ଦଳର ରନ୍ ସଂଖ୍ୟା ଆଗକୁ ବଢ଼ାଇଥିଲେ। ଅଧିନାୟକ ରୋହିତ ଶର୍ମା ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୫ ବଲ୍ ଖେଳି ୬୦ ରନ କରିଥିବା ବେଳେ ସାମାନ୍ୟ ଆହତ ହୋଇ ପାଭଲିଅନକୁ ଫେରିବା ପରେ ତାଙ୍କ ସ୍ଥାନ ନେଇଥିଲେ ଶିବମ୍ ଦୁବେ। ଦଳର ରନ୍ ସଂଖ୍ୟା ୧୪୮ ଥିବା ସମୟରେ ଦୁବେ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଶ୍ରେୟସ୍ ଆୟରଙ୍କୁ ସାଥ ଦେବା ଲାଗି ପଡ଼ିଆକୁ ଓହ୍ଲାଇଥିଲେ ମନୀଷ ପାଣ୍ଡେ। ମନୀଷ ଓ ଶ୍ରେୟସ୍ ଶେଷ ଦୁଇ ଓଭରରେ ଧମାକାଦାର ବ୍ୟାଟିଂ କରି ଭାରତୀୟ ଦଳର ରନ୍ ସଂଖ୍ୟକୁ ୧୬୩ରେ ପହଞ୍ଚାଇଥିଲେ। ଫଳରେ ନ୍ୟୁଜିଲାଣ୍ଡକୁ ୧୬୪ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking