34.1 C
Bhubaneswar
Friday, March 29, 2024
Homeକରୋନାଦେଶରେ କରୋନା ମୃତ୍ୟୁ ୧,୧୨,୯୯୮

ଦେଶରେ କରୋନା ମୃତ୍ୟୁ ୧,୧୨,୯୯୮

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ୨୧୩ରୁ ଅଧିକ ଦେଶରେ କରୋନା ସଂକ୍ରମଣର ଭୟ ଦେଖାଯାଉଛି । ଏପର୍ଯ୍ୟନ୍ତ ୩.୮୯ କୋଟିରୁ ଅଧିକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ଏହି ଜୀବାଣୁ ୧୦.୯୮ ଲକ୍ଷରୁ ଅଧିକ ସଂକ୍ରମିତ ଲୋକଙ୍କ ଜୀବନ ନେଇଛି। ଏପରିକି ଭାରତରେ (କରୋନାଭାଇରସ୍ ଇଣ୍ଡିଆ ରିପୋର୍ଟ), କୋଭିଡ -୧୯ର ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୨ ହଜାର୯୯୮କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୮୩୭ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଗତ ୨୪ ଘଣ୍ଟାରେ ୬୨,୨୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଏବେ ମୋଟ ୭,୯୫,୦୮୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଏବେ ସୁଦ୍ଧା ୬୫,୨୪,୫୯୫ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ୩୨ ହଜାର ୬୮୧କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking