30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଭାରତ – ଚୀନ ଆଲୋଚନା

ଭାରତ – ଚୀନ ଆଲୋଚନା

ନୂଆଦିଲ୍ଲୀ : ଲଦାଖ୍ ଗାଲୱାନ୍ ଭ୍ୟାଲିରେ ଭାରତ – ଚୀନ ସେନା ସଂଘର୍ଷ ଘଟଣା । ପୁଣି ଦୁଇ ଦେଶ ମଧ୍ୟରେ ଦେଶ ମଧ୍ୟରେ ମେଜର ଜେନେରାଲ୍ ସ୍ତରୀୟ ଆଲୋଚନା । ଗତକାଲି ମଧ୍ୟ ମେଜର ଜେନେରାଲ୍ ସ୍ତରୀୟ ଆଲେଚନା ହୋଇଥିଲା । ତେବେ ଦୁଇ ଦେଶର ଆଲୋଚନାରେ କୌଣସି ନିର୍ଯାସ ବାହାରି ପାରି ନଥିଲା ।
ସୂଚନାଯୋଗ୍ୟ,ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଗଲୱାନ ଘାଟୀରେ ଭାରତ ଓ ଚୀନ୍ ସେନା ଗତ ରାତିରେ ପଛକୁ ହଟିବା ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲେ । ତେବେ ଅଚାନକ୍ ଚୀନ ସୈନିକମାନେ ଆକ୍ରମଣ ହୋଇ ଉଠିଥିଲେ । ସେମାନେ ପ୍ରଥମେ ଜଣେ କର୍ଣ୍ଣେଲଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ସେନା ବିନା କୌଣସି ଅସ୍ତ୍ରରେ ଚୀନ୍ ସୈନିକଙ୍କ ସହିତ ଲଢ଼ିଥିଲେ ଏବଂ ଏହା ପରେ ଦୁଇ ପକ୍ଷ ମଧ୍ୟରେ କେଇ ଘଣ୍ଟା ଧରି ସଂଘଂର୍ଷ ହୋଇଥିଲା । ଏଥିରେ ଭାରତର ଜଣେ କର୍ଣ୍ଣେଲ ସହିଦ୍ ହୋଇଯାଇଥିଲେ । ଏହି ସଂଘର୍ଷରେ କୌଣସି ପଟୁ ଗୁଳି ଫୁଟିନଥିଲା ଏବଂ ଲୁହାଛଡ଼ ଓ ପଥରକୁ ଅସ୍ତ୍ର କରାଯାଇଥିଲା । ସହିଦ କର୍ଣ୍ଣେଲ ହେଉଛନ୍ତି ୧୬ ବିହାର ରେଜିମେଣ୍ଟ୍ର କମାଣ୍ଡିଂ ଅଫିସର୍ ବି. ସନ୍ତୋଷ ବାବୁ । ମଙ୍ଗଳବାର ସକାଳେ ଭାରତ ପକ୍ଷରୁ ଏହି ସଂଘର୍ଷ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଥିଲା ଯେ ୩ ଜଣ  ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ସନ୍ଧ୍ୟାରେ କୁହାଯାଇଛି ଯେ, ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଆଉ ୧୭ଜଣ ଯବାନ ପ୍ରାଣ ହରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking