40.1 C
Bhubaneswar
Thursday, April 25, 2024
Homeଖେଳଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ

ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ

ଇନ୍ଦୋର : ଭାରତ , ଶ୍ରୀଲଙ୍କା ମଧ୍ୟରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ୨ଓଭର ୩ଟି ବଲ ବାକି ଥାଇ ଭାରତ ଏହି ମ୍ୟାଚକୁ ହାତେଇ ନେଇଛି। ଆଜିର ମ୍ୟାଚରେ ଭାରତୀୟ ଦଳ ପ୍ରଥମରୁ ହିଁ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂ କରି ନବଦୀପ ସାଇନି ଓ ଶ୍ରାଦୁଲ ଠାକୁରଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କାକୁ ୧୪୨ରନରେ ଧରାଶାୟୀ କରିଥିଲେ। ପରେ ବ୍ୟାଟିଂ କରିବାକୁ ଆସି ବ୍ୟାଟ୍ସମ୍ୟାନମାନେ ମଧ୍ୟ ଉତ୍ତମ ବ୍ୟାଟିଂ କରିଥିଲେ।
ଭାରତ ପକ୍ଷରୁ କେଏଲ ରାହୁଲ ୩୨ଟି ବଲରେ ୪୫ରନ କରିଥିଲେ। ଯେଉଁଥିରେ ତାଙ୍କର ୬ଟି ଚୌକା ସାମିଲ ରହିଛି। ସେହିଭଳି ଶିଖର ଧାୱନ ୨୯ବଲରେ ୩୨ରନ(ଚୌକା ୨), ଶ୍ରେୟସ ଆୟର ୨୬ବଲ ୩୪ରନ(୩ଟି ଚୌକା, ୧ଟି ଛକା), ଅଧିନାୟକ ବିରାଟ କୋହଲି ୧୭ଟି ବଲରୁ ୩୦ରନ୍( ଚୌକା-୧, ଛକା-୨) ଏବଂ ରିଷଭ ପନ୍ତ ଗୋଟିଏ ବଲରୁ ଗୋଟିଏ ରନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking