26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଚୀନକୁ ଚେତାବନୀ ଦେଲା ଭାରତ

ଚୀନକୁ ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ : ଭାରତର ପୂର୍ବ ଲଦ୍ଧାଖ ସୀମା ନିକଟରେ ଯୁଦ୍ଧ ବିମାନ ନ ଉଡାଇବା ନେଇ ଚୀନକୁ ଚେତାବନୀ ଦେଇଛି ଭାରତ । ଚୀନ୍ ତାର ଲଢୁଆ ବିମାନକୁ ସୀମାଠାରୁ ଦୂରରେ ରଖିବାକୁ କହିଛି ଭାରତ । ଚୀନ୍ ତାଇୱାନ୍ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଚୀନକୁ ଭାରତ ଏଭଳି ଚେତାବନୀ ଦେଇଛି । ଏହା ସହିତ ଭାରତ ଏହି ମୁଦ୍ଦା ନେଇ ଏକ ସୈନ୍ୟ ସ୍ତର ବୈଠକରେ ଆଲୋଚନା କରିଛି । ପୂର୍ବ ଲଦ୍ଦାଖ ସୀମା ନିକଟରେ ଲଢୁଆ ବିମାନ ଉଡାଇ ଚୀନର ଉସକାଇଲା ଭଳି କାମକୁ ଭାରତ ବିରୋଧ କରିଛି । ସବୁଠୁ ବଡକଥା ହେଉଛି ଏହି ବୈଠକରେ ପ୍ରଥମଥର ପାଇଁ ସାମିଲ ହୋଇଥିଲେ ଭାରତୀୟ ଏୟାରଫୋର୍ସ କମାଣ୍ଡର । ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଏହି ବୈଠକରେ ଭାରତ ଚୀନକୁ ସଫା ସଫା କହିଦେଇଛି, ଲଢୁଆ ବିମାନ ଉଡାଇବା ବେଳେ ନିଜ ସୀମାର ରହୁ ଚୀନ୍ । ଏହା ସହିତ ଏଲଏସି ଠାରୁ ୧୦ କିମି ଦୂରତା ବଜାୟୀ ରଖୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking