39.4 C
Bhubaneswar
Thursday, April 18, 2024
Homeସ୍ୱାଧୀନତା ଦିବସଭାରତ ଛଡା ଏହି ଦେଶରେ ବି ପାଳନ କରାଯାଏ ସ୍ୱାଧୀନତା ଦିବସ

ଭାରତ ଛଡା ଏହି ଦେଶରେ ବି ପାଳନ କରାଯାଏ ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ : ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ ।  ଗତ ଦୁଇବର୍ଷ ଧରି ମହାମାରୀ କରୋନା ସବୁଥିରେ ବାଧକ ସାଜୁଛି । ଯେଉଁଥିପାଇଁ କୋଭିଡ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ ହେଉଛି । ତେବେ ଖାଲି ଭାରତ ଏକମାତ୍ର ଦେଶ ନୁହେଁ ଯିଏ ଅଗଷ୍ଟ 15 କୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଥାଏ । କଙ୍ଗୋ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ବାହାରେନ ଏବଂ ଲିଚଟେଷ୍ଟାଇନ୍ ମଧ୍ୟ ଅଗଷ୍ଟ 15 କୁ ସେମାନଙ୍କର ସ୍ୱାଧୀନତା ଦିବସ ଭାବରେ ପାଳନ କରନ୍ତି ।

ସେହିପରି ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆରେ ଅଗଷ୍ଟ 15, 1945 କୁ ‘କୋରିଆର ଜାତୀୟ ମୁକ୍ତି ଦିବସ’ ବୁଝାଏ । ଯେତେବେଳେ ଆମେରିକା ଏବଂ ସୋଭିଏତ୍ ବାହିନୀ ଜାପାନର କୋରିଆ ଉପଦ୍ୱୀପ ଦଖଲକୁ ସମାପ୍ତ କରିଥିଲେ । ଏହି ଦିନକୁ ଗ୍ୱାଙ୍ଗବୋକଜେଓଲ ମଧ୍ୟ କୁହାଯାଏ (ଅର୍ଥାତ୍ ଆଲୋକର ପୁନରୁଦ୍ଧାର ସମୟ) । ତେବେ ଏହାର ତିନି ବର୍ଷ ପରେ ସ୍ୱାଧୀନ କୋରିଆ ସରକାର ଗଠନ ହୋଇଥିଲା । ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଆଜକୁ ଠିକ 74 ବର୍ଷ ପୂର୍ବରୁ ଜାପାନୀ କୋଲୋନାଇଜେସନ ରୁ 15 ଅଗଷ୍ଟ 1945ରେ ମୁକ୍ତ ହୋଇଥିଲା । ଚଳିତ ବର୍ଷ ସେମାନେ 75ତମ ସ୍ୱାଧୀନତା ଦିବସ ପାଳନ କରିବେ ।

ବାହାରେନ – ଜାତିସଂଘର ବାହାରେନ ଜନସଂଖ୍ୟା ଉପରେ ହୋଇଥିବା ସର୍ଭେ ପରେ ଅଗଷ୍ଟ 15, 1971 ରେ ଦେଶ ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ଘୋଷଣା କରିଥିଲା ​​। ଉଭୟ ପକ୍ଷ ଏକ ବନ୍ଧୁତା ଚୁକ୍ତି ସ୍ୱାକ୍ଷର କରିବାକୁ ଆଗେଇ ଆସିଲେ ।

ଲିଚଟେଷ୍ଟାଇନ୍ – 1866 ମସିହାରେ ଜର୍ମାନୀ ଶାସନରୁ ମୁକ୍ତିକୁ ସ୍ମରଣ କରିବା ପାଇଁ ସ୍ୱାଧୀନତା ଦିବସ ପାଳନ କରେ । ଏହି ଦିନ ସାଧାରଣ ଜନତାଙ୍କୁ ରାଜ ପରିବାର ସହିତ ଯୋଗାଯୋଗ କରିବାକୁ ଅନୁମତି ଦେଇଥାଏ ।

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ – ରିପବ୍ଲିକ୍ ଅଫ୍ କଙ୍ଗୋ ହେଉଛି ମଧ୍ୟ ଆଫ୍ରିକୀ ଦେଶ । 1960 ରୁ ଅଗଷ୍ଟ 15 ରେ କଙ୍ଗୋ ଜାତୀୟ ଦିବସ ପାଳନ କରାଯାଏ । ଏହି ଦିନ ହିଁ 80 ବର୍ଷ ଅଧୀନତା ପରେ ଫ୍ରାନ୍ସରୁ ଦେଶ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking