26.1 C
Bhubaneswar
Friday, March 29, 2024
Homeଓଡିଶାଜଗତସିଂହପୁରରେ ଜ଼ିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁରରେ ଜ଼ିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର (ପ୍ରତାପ କୁମାର ସିଂହ ): ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ୭୪ତମ ଜ଼ିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି !ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜାତୀୟ ପତାକା ଉତୋଳନ କରିବା ସହିତ ଅଭିବାଦନ ଗ୍ରହଣକରି ଅତୀତର ପୃଷ୍ଠାକୁ ଅବଲୋକନ କଲେ ସାମ୍ରାଜ୍ୟବାଦ, ଉପନିବେଶବାଦ କବଳରୁ ଭାରତ ବର୍ଷ ଆଜିର ଦିନରେ ସ୍ୱାଧୀନତା ଲାଭ କରିଥିଲା । ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସା ଆନ୍ଦୋଳନ ବଳରେ ଦେଶ ସ୍ୱାଧୀନ ହୋଇଥିଲା ।ମୁକ୍ତିକାମୀ ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷ, ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ମହାମନିଷୀଙ୍କ ଯୋଗଦାନ ଅବିସ୍ମରଣୀୟ । ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ, ମଧୁସୂଦନ, ମାଳତୀଦେବୀ, ଭଳି ମହାପୁରୁଷମାନେ ଇତିହାସ ପୃଷ୍ଠାରେ ଅବିସ୍ମରଣୀୟ ହୋଇ ରହିବେ । ଜଗତସିଂହପୁର ଜ଼ିଲ୍ଲାର ନବକୃଷ୍ଣ ଚୌଧୁରୀ, ମାଳତୀଦେବୀ, ଗୋପବନ୍ଧୁ, ପ୍ରାଣକୃଷ୍ଣ ପରିଜା, ଭାଗିରଥି ମହାପାତ୍ର, ରମାଦେବୀଙ୍କ ତ୍ୟାଗ ପୁତ ଜୀବନ ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଇଥିଲା । ଏ ମାଟିର କାଳଜୟୀ ସ୍ରଷ୍ଟାଙ୍କ ପାଇଁ ଜଗତସିଂହପୁର ଆଜି ବିଶ୍ୱବନ୍ଦ୍ୟ ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇ ଥିଲେ !ଜ଼ିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ କରୋନା ଯୋଦ୍ଧା, କୃତି ଛାତ୍ରଛାତ୍ରୀ, ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜ଼ିଲ୍ଲା ପ୍ରଶାସନ ପକ୍ଷରୁସମସ୍ତ ଅଧିକାରୀମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ପ୍ରଭାତରୁ ଜ଼ିଲ୍ଲା ସଦର ମହକୁମାରେ ରାମ ଧୁନ କରାଯିବା ପରେ ବରପୁତ୍ର ମାନଙ୍କ ପ୍ରତିମୂର୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଶେଷରେ ମୁଖ୍ୟ ଅତିଥି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜେଲ ଅନ୍ତଵାସୀକୁ ଫଳ ମିଷ୍ଟାନ ବଣ୍ଟନ କରିଥିଲେ ।ଏହି ସ୍ବାଧୀନତା ଦିବସ ପାଳନ ଅବସରରେ ଜିଲାର ସମସ୍ତ ପଦାଧିକାରୀ ଯୋଗଦାନ କରିଥିଲେ !
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking