37.2 C
Bhubaneswar
Friday, April 19, 2024
Homeଖେଳଭାରତ-ନ୍ୟୁଜିଲାଣ୍ଡ: ପାଗ ଭଲ ଥିବା କାରଣରୁ ଠିକ ସମୟରେ ଆରମ୍ଭ ହେବ ମ୍ୟାଚ୍

ଭାରତ-ନ୍ୟୁଜିଲାଣ୍ଡ: ପାଗ ଭଲ ଥିବା କାରଣରୁ ଠିକ ସମୟରେ ଆରମ୍ଭ ହେବ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ର ଫାଇନାଲ ମୁକାବିଲା ଖେଳାଯାଉଛି । ସାଉଥମ୍ପେଟନରେ ଖେଳା ଯାଉଥିବା ଏହି ମୁକାବିଲାରେ ବର୍ଷା ପାଇଁ ଯଦିଓ ପ୍ରଥମ ଦିନରେ ଟସ ବି ପଡିପାରିଲାନି ହେଲେ ଦ୍ୱିତୀୟ ଦିନ ଫ୍ୟାନ୍ସଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଛି । ରିପୋର୍ଟ ଅନୁସାରେ, ଦ୍ୱିତୀୟ ଦିନ ସାଉଥମ୍ପେଟନରେ ପାଗ ଭଲ ରହିପାରେ । ଏହାସହିତ ମ୍ୟାଚ ଠିକ ସମୟରେ ଆରମ୍ଭ ହୋଇପାରେ ବୋଲି ସମ୍ଭାବନା ରହିଛି । ଖାଲି ଏତିକି ନୁହେଁ ଆଜି ୮୫ରୁ ୯୦ ଓଭର ଖେଳ ବି ହୋଇପାରେ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ସାଉଥମ୍ପେଟନରେ ସାରା ଦିନ ବର୍ଷା ହେଉଥିଲା । ଦ୍ୱିତୀୟ ସେସନ ପରେ ଏମିତି ପାଗ ଥିଲା ଲାଗୁଥିଲା ମ୍ୟାଚ ଆରମ୍ଭ ହୋଇପାରେ । ହେଲେ ମଇଦାନ ଅଧିକ ଓଦା ଥିବା କାରଣରୁ ଏହାକୁ ବାତିଲ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଜି ଦ୍ୱିପ୍ରହର ୨.୩୦ରେ ଟସ ହେବ ଏବଂ ୩ଟାରେ ମ୍ୟାଚ ଆରମ୍ଭ ହେବ । ଆଇସିସି ସାଉଥମ୍ପେଟନର ପାଗକୁ ଦୃଷ୍ଟିରେ ରଖି ପୂର୍ବରୁ ହିଁ ରିଜର୍ଭ ଡେ ରଖିବା ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନରେ ଯାହା ନଷ୍ଟ ହେଲା ତାକୁ ଆସନ୍ତା ୪ ଦିନରେ ପୂରା କରିବାକୁ ଚେଷ୍ଟା କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking