34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତ

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ହାତ ହାଡରେ ଆଘାତ ହେବା କାରଣରୁ ଭାରତ ଫେରିଆସିଥିବା ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଫିଟନେସ ହାସଲ କରିସାରିଛନ୍ତି । ମଙ୍ଗଳବାର ସେ କହିଛନ୍ତି ଯେ, ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ ପାଇଁ ସେ ପ୍ରସ୍ତୁତ । ଅଷ୍ଟ୍ରେଲିଆ ବିପକ୍ଷରେ ୨୮ ବର୍ଷୀୟ ରାହୁଲ ଦିନିକିଆ ଓ ଟି୨୦ ସିରିଜ ଖେଳିଥିଲେ । ମାତ୍ର ପ୍ରଥମ ଦୁଇ ଟେଷ୍ଟ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା । ମେଲବର୍ଣ୍ଣରେ ଖେଳ ସମୟରେ ତାଙ୍କ ବାମ ପଟ ହାତ ହାଡରେ ଆଘାତ ଯୋଗୁଁ ସେ ଶେଷ ଦୁଇ ଟେଷ୍ଟ ମ୍ୟାଚ ଖେଳିପାରିନଥିଲେ । ପରବର୍ତ୍ତୀ ସମୟରେ ସେ ଭାରତ ଫେରିଆସିଥିଲେ । ସୁସ୍ଥ ହେବା ପାଇଁ ବେଙ୍ଗାଲୁରୁସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ ସହ ଯୋଡି ହୋଇଥିଲେ । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ମୁଁ ବହୁତ ଖୁସି କି, ମୁଁ ରିହାବିଲିଟେସନ ଭଲ ଭାବରେ ସଂପୂର୍ଣ୍ଣ କରିପାରିଲି । ପୁନଃ ଫିଟ ଓ ସୁସ୍ଥ ହେବା ଠାରୁ ଖୁସି ଆଉ କିଛି ନାହିଁ । ଖେଳାଳୀଙ୍କ ସହିତ ପୁଣି ଫେରିବା ମଜାଦାର ହୋଇଥାଏ । ଦେଶର ପ୍ରତିନିଧିତ୍ୱ କରିବା ସମ୍ମାନକର କଥା । ଏବେ ମୋର ଫୋକସ ଘରୋଇ ସିରିଜ ଉପରେ ରହିବ’ । ଅଷ୍ଟ୍ରଲିଆରେ ସୀମିତ ଓଭର ସିରିଜରେ ଦୁଇ ଅର୍ଦ୍ଧଶତକ କରିଥିବା ରାହୁଲଙ୍କୁ ଇଂଲଣ୍ଡ ବିପକ୍ଷରେ ୫ ଫେବୃୟାରୀରୁ ଚେନ୍ନାଇରେ ଆରମ୍ଭ ହେବାକୁ ଥିବା ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking