34.1 C
Bhubaneswar
Friday, March 29, 2024
Homeକରୋନାରାଜଧାନୀରେ ୯୯ ପ୍ରତିଶତ ନମୁନାରେ ଡେଲ୍ଟା ଭାରିଆଣ୍ଟ୍

ରାଜଧାନୀରେ ୯୯ ପ୍ରତିଶତ ନମୁନାରେ ଡେଲ୍ଟା ଭାରିଆଣ୍ଟ୍

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣର ବିପଦ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ପାର୍ବଣ ପାଇଁ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟର ସରକାର କରୋନାକୁ ନେଇ ଚେତାବନୀ ଜାରି କରିଥିଲେ । ହେଲେ ଏହି ଚେତାବନୀରେ ଢ଼ିଲାପଣ କାରଣରୁ ସଂକ୍ରମଣ ବଢ଼ିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ଅକ୍ଟୋବର ମାସର କରୋନା ସଂକ୍ରମିତଙ୍କ ନମୁନା ଯାଞ୍ଚ କରିଥିଲେ । ଉକ୍ତ ଯାଞ୍ଚରୁ ଜଣାପଡ଼ିଛି ଯେ, ନମୁନାରେ ୯୯ ପ୍ରତିଶତ ରୋଗୀ ଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ୍ ଏବଂ ଏହାର Sars-CoV-2 ଭାଇରସ୍ ଥିବା ଜଣାପଡ଼ିଛି ।

ଦିଲ୍ଲୀ ସରକାରଙ୍କ ଆକଳନ ମୁତାବକ, ଏପ୍ରିଲ୍ ମାସରେ ନମୁନାର ୫୪% ଏବଂ ମେ ମାସର ୮୨% ନମୁନାରେ ଡେଲ୍ଟା ଭାରିଆଣ୍ଟ୍ ଠାବ ହୋଇଛି । ଏହି ମାମଲା ସେତେବେଳେ ସାମନାକୁ ଆସିଛି ଯେତେବେଳେ ଦିଲ୍ଲୀରେ କରୋନା ସଂକ୍ରମଣ ଚରମ ସୀମାରେ ରହିଥିଲା । ହେଲେ ବର୍ତ୍ତମାନ ଅକ୍ଟୋବର ମାସରେ ମଧ୍ୟ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ଠାରେ ଅଧିକାଂଶ ଡେଲଟା ଭାରିଆଣ୍ଟ୍ ଦେଖା ଦେଇଛି । ଏବେ ଏହା ସରକାରଙ୍କ ଚିନ୍ତାର କାରଣ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking