37.1 C
Bhubaneswar
Saturday, April 20, 2024
Homeଓଡିଶାଗ୍ରାମାଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି

ଗ୍ରାମାଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଗ୍ରାମ ଓ ଆଦିବାସୀ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସିପିଆଇ(ଏମ୍‌) ପକ୍ଷରୁ ଦାବି କରାଯାଇଛି । ସହରାଞ୍ଚଳ ସହିତ ବର୍ତ୍ତମାନ ରାଜ୍ୟର ଗ୍ରାମ ଓ ଆଦିବାସୀ ଅଞ୍ଚଳରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସିପିଆଇ(ଏମ୍‌) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି । ରାଜ୍ୟର ପ୍ରତି ଘରକୁ ଘର ଯାଇ ବ୍ୟାପକ ପରୀକ୍ଷା କରି ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ମନ୍ଥରତା କାରଣରୁ ସ୍ଥିତିରେ ପରିବର୍ତ୍ତନ ହେଉ ନଥିବା ସିପିଆଇ(ଏମ୍‌) ପକ୍ଷରୁ କୁହାଯାଇଛି ।

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେମାନଙ୍କୁ ପ୍ରଭାବିତ କରି ପରୀକ୍ଷା କରିବାରେ ବିଫଳତା ଯୋଗୁଁ ସ୍ଥିତି ଆହୁରି ଖରାପ ଆଡ଼କୁ ଯିବ । ଏବେ କମ୍ ପରୀକ୍ଷା ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୧୨ ହଜାରରୁ ଊର୍ଦ୍ଧ୍ୱ ରହୁଥିବା ପ୍ରକାଶ ପାଇଛି । ଏପରି ସ୍ଥିତିରେ ଘରକୁ ଘର ଯାଇ ସର୍ଭେ କରିବା ସହିତ ଏକା ସାଙ୍ଗରେ ପରୀକ୍ଷା କରିବା ଦରକାର । ରାଜ୍ୟରେ ଦୈନିକ ସର୍ବନିମ୍ନ ୧ ଲକ୍ଷ ପରୀକ୍ଷା ଏବଂ ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ସିପିଆଇ(ଏମ୍‌) ପକ୍ଷରୁ ଦାବି କରାଯାଇଛି ।

ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ତୁରନ୍ତ ସ୍କୁଲ ଘର, ବଡ଼ କୋଠା, ବାତ୍ୟା ଆଶ୍ରୟସ୍ଥଳୀ ଆଦିରେ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଲୋକଙ୍କ ଥଇଥାନ, ବାତ୍ୟା ପରବର୍ତ୍ତୀ ମୁକାବିଲା ଏବଂ କୋଭିଡ୍ ପରିଚାଳନାରେ ସମନ୍ୱୟ ରକ୍ଷା ସହିତ ରାଜ୍ୟସ୍ତରୀୟ ସର୍ବଦଳୀୟ ବୈଠକ, ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଜରିଆରେ ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କୁ ସାମିଲ୍ କରିବାକୁ ସିପିଆଇ(ଏମ୍‌) ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking