19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶବୈଷ୍ଣୋଦେବୀରେ ଦଳାଚକଟା ଘଟଣା, କାରଣ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ

ବୈଷ୍ଣୋଦେବୀରେ ଦଳାଚକଟା ଘଟଣା, କାରଣ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ : ଜମ୍ମୁ ସ୍ଥିତ ମାତା ବୈଷ୍ଣୋଦେବୀ ଧାମରେ ଦଳାଚକଟା । ଏଥିରେ ୧୨ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ପୋଲିସ ଓ ସୁରକ୍ଷା ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ମାତା ବୈଷ୍ଣୋ ଦେବୀ ଭବନରେ ଷ୍ଟାମ୍ପଡରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୩ ଜଣ ଆହତ ହୋଇଛନ୍ତି। ଏଥି ସହ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ଘଟଣାର କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଧାଡିରେ ଠିଆ ହୋଇଥିବା ଦୁଇଜଣ ଭକ୍ତ କିଛି ପ୍ରସଙ୍ଗରେ ଯୁକ୍ତିତର୍କ କରିଥିଲେ।

ଯେଉଁଥିପାଇଁ ସେମାନେ ପରସ୍ପରକୁ ଠେଲି ଦେଇଥିଲେ ଏବଂ ଏହା ପରେ ଘଟଣାସ୍ଥଳରେ ଏଣେତେଣେ ଦୌଡିବା ଫଳରେ ପରସ୍ପର ଉପରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକଙ୍କ ମଧ୍ୟରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀରର ଜଣେ ଜଣେ ଅଛନ୍ତି ବୋଲି ଜଣାପଡିଛି। ଗୃହ ରାଜ୍ୟ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜଣେ ଭକ୍ତ ଅନ୍ୟ ଜଣେ ଭକ୍ତଙ୍କୁ ଠେଲିବା ଫଳରେ ସେ ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରେ ପଡ଼ିଯାଇଥିଲେ, ଯାହାଫଳରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହେବା ସହ ଉପସ୍ଥିତ ଥିବା ଲୋକମାନେ ଏଣେତେଣେ ହୋଇଥିଲେ। ଫଳରେ ଠେଲାପେଲା ଦଳଚକଟାର ରୂପ ନେଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking