18.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଦେଶରେ ଜି-୨୦କୁ ଦୃଷ୍ଟିରେ ରଖି ଏହି ଦେଶରେ ଲୋକମାନଙ୍କୁ ଭିକମାଗିବା ଉପରେ କଟକଣା କରାଯାଉଛି..

ଦେଶରେ ଜି-୨୦କୁ ଦୃଷ୍ଟିରେ ରଖି ଏହି ଦେଶରେ ଲୋକମାନଙ୍କୁ ଭିକମାଗିବା ଉପରେ କଟକଣା କରାଯାଉଛି..

ନୂଆଦିଲ୍ଲୀ:ମହାରାଷ୍ଟ୍ରରେ ଭିକ ମାଗିବା ଉପରେ ଲାଗିଲା କଟକଣା । ଦେଶରେ ବିଭିନ୍ନ ସହରରେ ଭିକ୍ଷା ବୃତ୍ତି କରି ଲୋକେ ଚଳିଆସୁଛନ୍ତି । ନିଜ ପେଟ ପୋସିବା ପାଇଁ ଅନ୍ୟଙ୍କ ପାଖରେ ହାତ ପତାଉଛନ୍ତି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ପୋଲିସ ଭିକ୍ଷାବୃତ୍ତି ଉପରେ କଟକଣା ଲଗାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଗତ ବୁଧବାର ନାଗପୁର ସିଟି ପୋଲିସ କମିଶନର ପକ୍ଷରୁ ଏକ ନିର୍ଦେଶ ଜାରି କରାଯାଇଛି । ଏହି ନିର୍ଦ୍ଦଶ ଆଧାରରେ ସହରର କୌଣସି ବି ସ୍ଥାନରେ ଭିକ ମାଗିପାରିବେନି ଲୋକେ । ମାର୍ଚ୍ଚ ୯ ତାରିଖରୁ ଅର୍ଥାତ୍ ଆଜିଠୁ ଏପ୍ରିଲ୍ ମାସ ୩୦ ତାରିଖ ଯାଏଁ ଭିକ ମାଗିବା ଉପରେ କଟକଣା ଲଗାଯାଇଛି । ଯଦି କୌଣସି ଲୋକ ଏହି ନିୟମକୁ ଉଲଂଘନ କରନ୍ତି ତେବେ ତାଙ୍କ ଉପରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାଇ ଦିଆଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏମିତି ଅଚାନକ ସହରରେ ଭିକ ମାଗିବା ଉପରେ କାହିଁକି କଟକଣା ଲାଗୁ କରାଗଲା? ଦେଶର ବିଭିନ୍ନ ସହରରେ ଏବେ ଜି-୨୦ ସମ୍ମିଳନୀ ଆୟୋଜନ କରାଯାଉଛି । ଅନେକ ଦେଶର ବହୁ ପ୍ରତିକ୍ଷିତ ଲୋକ ଏଥିରେ ସାମିଲ ହେଉଛନ୍ତି । ଭାରତର ଛବି କିଭଳି ବିଶ୍ୱ ବଜାରରେ ଉଚ୍ଚରେ ରହିବ ସେନେଇ ପ୍ରଚେଷ୍ଠା ଜାରି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭିକ ମାଗିବା ଉପରେ କଟକଣା ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking