27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆମେରିକାରେ ମଙ୍କିପକ୍ସର ୬୬୦୦ରୁ ଅଧିକ ମାମଲା!

ଆମେରିକାରେ ମଙ୍କିପକ୍ସର ୬୬୦୦ରୁ ଅଧିକ ମାମଲା!

ୱାସିଂଟନ: ଦିନକୁ ଦିନ ବଢ଼ି ଚାଲିଥିବା ମଙ୍କିପକ୍ସ ମାମଲା ଏବଂ ବିପଦକୁ ନଜରରେ ରଖି ଆମେରିକା ହେଲଥ ଏମରଜେନ୍ସି ଘୋଷଣା କରିଛି। ରିପୋର୍ଟ ମୁତାବକ, ଜୋ ବାଇଡେନଙ୍କ ପ୍ରଶାସନ ଭାଇରସର ଗମ୍ଭୀରତାକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରିଛି। ୨ ଅଗଷ୍ଟରେ ରାଷ୍ଟ୍ରପତି ବାଇଡେନ ଦୁଇଜଣ ଉଚ୍ଚ ଅଧିକାରୀଙ୍କୁ ମଙ୍କିପକ୍ସ ଭାଇରସ ସହ ମୁକାବିଲା ପାଇଁ ଦାୟିତ୍ୱ ଦେଇଥିଲେ। କହି ରଖୁଛୁ, ଆମେରିକାରେ ମଙ୍କିପକ୍ସର ୬୬୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ମଙ୍କିପକ୍ସ ୟୁରୋପରେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ସ୍ପେନ୍, ଜର୍ମାନୀ ଏବଂ ଇଂଲଣ୍ଡକୁ ମିଶାଇ ଏ ପର୍ଯ୍ୟନ୍ତ ପାଖାପାଖି ୧୦ ହଜାର ମାମଲା ସାମ୍ନାକୁ ଆସି ସାରିଛି। ମଙ୍କିପକ୍ସ ପାଇଁ ଏବେ କୌଣସି ଅଲଗା ଭ୍ୟାକ୍ସିନ୍ ଉପଲବ୍ଧ ନ ଥିବା ବେଳେ ସ୍ମଲପକ୍ସ ପାଇଁ ବ୍ୟବହୃତ ଭ୍ୟାକ୍ସିନ୍ ହିଁ ମଙ୍କିପକ୍ସ କ୍ଷେତ୍ରରେ ବ୍ୟବହୃତ ହେଉଛି। ଏ ପର୍ଯ୍ୟନ୍ତ ସାରା ବିଶ୍ୱର ୮୭ ଦେଶରେ ମଙ୍କିପକ୍ସର ୨୬,୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ସେପଟେ ଭାରତରେ ମଙ୍କିପକ୍ସର ଏ ପର୍ଯ୍ୟନ୍ତ ୯ ଜଣ ରୋଗୀ ମିଳିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking