34.1 C
Bhubaneswar
Friday, March 29, 2024
Homeଓଡିଶାଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କୁ ଚୂନ ଲଗାଇଲା ଘରୋଇ ସଂସ୍ଥା

ଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କୁ ଚୂନ ଲଗାଇଲା ଘରୋଇ ସଂସ୍ଥା

ମାଲକାନଗିରି: ଚାକିରି ନାଁରେ ଠକେଇ । ଟାଟା କମ୍ପାନୀର ବିଭିନ୍ନ ବିଭାଗରେ ନିଯୁକ୍ତି ଦେବାକୁ ପ୍ରଲୋଭନ ଦେଖାଇ ବେକାର ଯୁବକ ଯୁବତୀଙ୍କୁ ଚୂନ ଲଗାଇଲା ଘରୋଇ ସଂସ୍ଥା । କେଉଁ ଆଶାୟୀ ଠାରୁ ୨୦ ହଜାର ତ ଅନ୍ୟ କାହାଠାରୁ ୪୦ ହଜାର ଟଙ୍କା ନେଇ ଆଉ ଧରାଛୁଆଁ ଦେଉନାହିଁ ସଂସ୍ଥା । ମାଲକାନଗିରି ଜିଲ୍ଲାରୁ ଏହି ବଡ ଧରଣର ଠକେଇ ଅଭିଯୋଗ ସାମ୍ନାକୁ ଆସିଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଯୁବକ ଯୁବତୀ ଚାକିରି ସନ୍ଧାନରେ ଥିବାବେଳେ ଅନେକ ସମୟରେ ଯୁବପିଢି ଏହିଭଳି ଠକାମିର ଶିକାର ହେଉଥିବା ଦେଖିବାକୁ ମିଳିଛି ।

ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାର ‘ଦୁଲାଦେଇ ଫାଉଣ୍ଡେସନ’ ନାମକ ଏକ ଘରୋଇ ସଂସ୍ଥା ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରଲୋଭନ ଦେଖାଇଥିଲା । ଫାଉଣ୍ଡେସନର ଡାଇରେକ୍ଟର ସୁରେଶ କୁମାର ପଣ୍ଡା ଜିଲ୍ଲାରେ ବିଦ୍ୟୁତ ବିଭାଗର ଟେଣ୍ଡର ନେଇଥିବା ଟାଟା କମ୍ପାନୀର ବିଭିନ୍ନ ବିଭାଗରେ ନିଯୁକ୍ତ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଗାଁ ଗାଁରେ ଆୟୁଷ୍ମାନ ଯୋଜନାରେ ଔଷଧ ବାଣ୍ଟିବା ଭଳି କାମ ଦେବାକୁ କହିଥିଲେ । ଏଥିପାଇଁ ସୁରେଶ ପ୍ରତି ଆଶାୟୀଙ୍କ ଠାରୁ ପ୍ରାୟ ୨୦ରୁ ୪୦ ହଜାର ଟଙ୍କା ଲେଖାଏଁ ଡିମାଣ୍ଡ କରିଥିଲେ । ଯୁବକ ଯୁବତୀ ମଧ୍ୟ ତାଙ୍କ କଥାରେ ଆସି ଟଙ୍କା ଦେଇଥିଲେ ।

ହେଲେ ଦୀର୍ଘ ମାସ ବିତିଗଲା ପରେ ମଧ୍ୟ ଦୁଲାଦେଇ ଫାଉଣ୍ଡେସନ କୌଣସି ଚାକିରି ପ୍ରଦାନ କରିନାହିଁ । ଆଶାୟୀମାନେ ସଂସ୍ଥା ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ଲାଭ ହେଉନି । ଏପରିକି ଡାଇରେକ୍ଟର ଫୋନ ଉଠାଉନଥିବା ଏବଂ ବିଭିନ୍ନ ଆଳ ଦେଖାଇ କଲ୍ କାଟି ଦେଉଥିବା ଅଭିଯୋଗ ହୋଇଛି । ତେଣୁ ଶେଷର ଯୁବକ ଯୁବତୀ ଏକାଠି ହୋଇ ଦୁଲାଦେଇ ଫାଉଣ୍ଡେସନ ବିରୁଦ୍ଧରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking