38.8 C
Bhubaneswar
Friday, April 19, 2024
Homeଓଡିଶାବିକାଶର ଆଢୁଆଳରେ ଆଦିବାସୀ ଅଧ୍ୟୁଷିତ କୁଟୁରୁ ଗ୍ରାମବାସୀ

ବିକାଶର ଆଢୁଆଳରେ ଆଦିବାସୀ ଅଧ୍ୟୁଷିତ କୁଟୁରୁ ଗ୍ରାମବାସୀ

ଧର୍ମଗଡ: ସରକାର ନିରିହ ଆଦିବାସୀ ମାନଙ୍କ ବିକାଶ ନିମନ୍ତେ ଯୋଜନା ମାନ କରି ବିକାଶର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଯୋଜନା ସବୁ ବାଟବଣା ହେଉଛି ତାହା ଏ ଗାଁ ର ଚିତ୍ର ଦେଖିଲେ ଜଣାପଡେ । ବିକାଶ କହିଲେ ଏଠି ସାତ ସପନ । ସରକାରଙ୍କ ସବୁ ପ୍ରକାର ମୌଲିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ । ଏମିତି ଏକ ଗାଁ ଅଛି ଯେଉଁ ଗାଁକୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ,ଶିକ୍ଷା ଆଉ ସ୍ବାସ୍ଥ କଥା ନକହିବା ଭଲ। । ବିଜୁଲି ଆଉ ପିଈବାପାଣିର ବ୍ୟବସ୍ଥା ମଧ୍ୟନାହିଁ । ଏପରି ନାହିଁ ନାହିଁରେ ଥିବା ଗାଁ ହେଉଛି କଳାହାଣ୍ଡି ଜିଲ୍ଳା କୋକସରା ବ୍ଲକ ଆମପାଣି ପଞ୍ଚାୟତର ଆଦିବାସି ବହୁଲ ଗ୍ରାମ କୁଟୁରୁ ।
କଳାହାଣ୍ଡି ଓ ନବରଙ୍ଗପୁର ଜିଳ୍ଲା ର ସିମାନ୍ତ ସାହାଜଖୋଲ ସଂରକ୍ଷିତ ଜଂଗଲ ମଧ୍ୟରେ ବଣପାହାଡ ଘେରା କୁଟୁରୁ ଗାଁକୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ। ପିଡିଏସ କିମ୍ବା ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ପାଈଁ 23 କିଲୋମିଟର ଅଙ୍କାବଙ୍କା ପାହାଡି ଆମପାଣି ଘାଟିରାସ୍ତା ଦେଇ ଯିବାକୁ ପଡେ ପଞ୍ଚାୟତ କାର୍ଯ୍ୟାଲୟକୁ।ଯାହାକି ବିରିମୁହାଣ ଘାଟି ଓ ଆମପାଣି ଘାଟି ଅତିକ୍ରମ କଳାପରେ ହିଁ ଆମପାଣି ପଞ୍ଚାୟତ କାର୍ଯ୍ୟାଲୟରେ ପହଞ୍ଚି ପାରୁଛନ୍ତି । କୌଣସି କାମଧନ୍ଦା ନ ମିଲିବାରୁ ନିଜ ପରିବାର ପ୍ରତି ପୋଷଣ ପାଈଁ ବାଉଁଶ ପାତି ଦ୍ବାରା ଘରୋଈ ଉପକରଣ ସବୁ ନିର୍ମାଣ କରି ଆମପାଣି ଓ ପଡୋଶି ଜିଲ୍ଳା ନବରଙ୍ଗପୁର ବଜାରକୁ ନେଈ ବିକ୍ରି କରିଥାନ୍ତି । କିନ୍ତୁ ପରିତାପର ବିଷୟ କୁଟୁରୁ ଗାଁ କୁ ଗମାନଗମନ ର ସୁବିଧା ନଥିବାରୁ ଦୀର୍ଘ 13 କିମିପାଦରେ ଚାଲି ଚାଲି ଗଲାପରେହିଁ ବସର ସୁବିଧା ପାଇଥାନ୍ତି । ପୁଣି ବଜାର ରୁ ଫେରି ସେହି 13 କିମି ଚାଲି ଚାଲି ଗଲାପରେ ଘରେ ପହଞ୍ଚିବା ବେଲକୁ ରାତି ଦଶଟା ହୋଈଯାଉଥିବା କହିଛନ୍ତି ଗାଁବାସି । ନହେଲେ ଜଙ୍ଗଲ ରାସ୍ତାଦେଇ ଯିବା ଭୟ ଥିବାରୁ ପାଖ ଗାଁରେ ରାତିଯାପନ କରି ଆରଦିନ ସକାଲେ ପ୍ରତ୍ୟାବର୍ତନ କରିଥାନ୍ତି। ପିଇବା ପାଣି ପାଈଁ ଜଙ୍ଗଲ ଝରଣା ହିଁ ସାହା ଭରସା। ଏଈ ପାଣି ପିଈ ଅନେକ ରୋଗରେ ଆକ୍ରାନ୍ତ ହେଉଥିବା ପ୍ରକାଶ କରନ୍ତି ଗାଁଲୋକ।ରୋଗରେ ଆକ୍ରାନ୍ତ ହେଲେ ଡାକ୍ତର ଖାନା ନେବାକୁ 108ଅମ୍ବୁଲାନସ୍ସ ମଧ୍ୟ ଗାଁ କୁ ଯାଇପାର ନାହିଁ।ଯାହା ଫଲରେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଈ ମୃତ୍ୟୁମୁଖରେ ପଡୁଥିବାର ଗାଁ ବାସୀ ପ୍ରକାଶ କରନ୍ତି। ସ୍ଥାନିୟ ପ୍ରଶାସନ, ନେତା, ମନ୍ତ୍ରୀ ,ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଲ ମିଲୁନଥିବା ଗ୍ରାମବାସି କହିଛନ୍ତି। ସରକାର କୁଟୁରୁ ଗ୍ରାମ ପ୍ରତି ଯଥେଷ୍ଟ ଧ୍ୟାନଦେଇ ସବୁ ପ୍ରକାର ସୁବିଧା ଯୋଗାଈ ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking