26.1 C
Bhubaneswar
Wednesday, August 10, 2022
Homeଦେଶ ବିଦେଶଶ୍ରୀଲଙ୍କାରେ ୫୦ ଟଙ୍କା ବଢ଼ିଲା ପେଟ୍ରୋଲ ଦର

ଶ୍ରୀଲଙ୍କାରେ ୫୦ ଟଙ୍କା ବଢ଼ିଲା ପେଟ୍ରୋଲ ଦର

ଶ୍ରୀଲଙ୍କା : ଦୀର୍ଘ ଦିନ ଧରି ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏବେ ରୁଷ୍‌ରୁ ତେଲ କିଣିବାକୁ ଯୋଜନା କରୁଛି । ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ ରବିବାର କହିଛନ୍ତି, ତାଙ୍କ ଦେଶ ରୁଷ୍‌ରୁ ତେଲ କିଣିବାକୁ ବିକଳ୍ପ ଖୋଜୁଛି । ବୈଦେଶିକ ମୁଦ୍ରା ଭଣ୍ଡାରରେ ଆଶାତୀତ ମୁଦ୍ରା ଅଭାବ ଯୋଗୁ ଇନ୍ଧନ ଅଭାବ ଦେଇ ଗତି କରୁଛି ଶ୍ରୀଲଙ୍କା । ଏ ନେଇ ଦେଶର ବିଜୁଳି ଏବଂ ଉର୍ଜା ମନ୍ତ୍ରୀ କଞ୍ଚନ ବିଜୟଶେଖରା କହିଛନ୍ତି, ସରକାର ରୁଷ୍‌ରୁ ତେଲ କିଣିବାର ବିକଳ୍ପ ଖୋଜୁଛନ୍ତି । ସେ କହିଛନ୍ତି, ଆମେ ରାଜନୈତିକ ମାଧ୍ୟମ ଖୋଜୁଛୁ ।

ଶ୍ରୀଲଙ୍କାକୁ ଆସିଥିବା ଶେଷ ଜାହାଜ ଏକ ରୁଷୀୟ ଜାହାଜ ଥିଲା । ଆମ ପୂର୍ବ ଋଣ ଆବେଦନକୁ ଅନ୍ତର୍ଜାତୀୟ ବ୍ୟାଙ୍କ ଖାରଜ କରିବାର କାରଣ ହେଉଛି ସେ ଜାହାଜର ମାଲିକାନା ଏକ ରୁଷ୍ କମ୍ପାନୀ ପାଖରେ ଥିଲା । ତାଙ୍କ କହିବାନୁସାରେ, ଦୁଇ ଜଣ ମନ୍ତ୍ରୀ ଇନ୍ଧନ ଓ ଅନ୍ୟ ରାଜନୈତିକ ମାମଲାରେ ଆଲୋଚନା କରିବା ପାଇଁ ସୋମବାର ରୁଷ୍ ଗସ୍ତ କରିଛନ୍ତି । ଶ୍ରୀଲଙ୍କା ସରକାର ଗତ ସପ୍ତାହରେ ଅଶୋଧିତ ତେଲ କିଣିବାକୁ ରୁଷ୍ ଦୂତାବାସ ପକ୍ଷରୁ କୁହାଯାଇଥିବା କେତେକ କମ୍ପାନୀ ସହ ଯୋଗାଯୋଗ କରିଥିଲେ । ଇତି ମଧ୍ୟରେ ଶ୍ରୀଲଙ୍କାରେ ପେଟ୍ରୋଲ ଦର ୫୦ ଟଙ୍କା ଓ ଡିଜେଲ ଦାମ୍ ୬୦ ଟଙ୍କା ବଢ଼ିଛି । ଗତ ୨ ମାସରେ ତୃତୀୟ ଥର ପାଇଁ ଇନ୍ଧନ ଦାମ୍ ବୃଦ୍ଧି ପାଇଛି । ଏହି ନୂଆ ଦର ଲାଗୁ ହେବା ପରେ ପେଟ୍ରୋଲ ଲିଟର ପିଛା ୪୭୦ ଟଙ୍କା ଶ୍ରୀଲଙ୍କା ମୁଦ୍ରା ହୋଇଥିବା ବେଳେ ଡିଜେଲ ଦର ୪୬୦ ଟଙ୍କା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking