31.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଅଧାବାଟରେ ବିମାନର ପାଇଲଟ କହିଲେ, ‘ଡ୍ୟୁଟି ସରିଲା, ମୁଁ ଯାଉଛି’

ଅଧାବାଟରେ ବିମାନର ପାଇଲଟ କହିଲେ, ‘ଡ୍ୟୁଟି ସରିଲା, ମୁଁ ଯାଉଛି’

କରାଚୀ: କେବଳ ପାକିସ୍ତାନ ସରକାର ନୁହେଁ, କର୍ମଚାରୀଙ୍କ କାରଣରୁ ମଧ୍ୟ ସେଠାରେ ଥିବା ଲୋକଙ୍କୁ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଭଳି ଏକ ତାଜା ମାମଲା ଏବେ ସାମ୍ନାକୁ ଆସିଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ପାଇଲଟ ରବିବାର ସାଉଦି ଆରବର ରାଜଧାନୀ ରିୟାଦରୁ ଇସଲାମାବାଦ ଅଭିମୁଖେ ବିମାନ ଉଡାଣ ଆରମ୍ଭ କରିଥିଲେ । ଯାତ୍ରା ସମୟରେ ବିମାନଟି ଦମମ ବିମାନ ବନ୍ଦରରେ ଅବତରଣ କରିଥିଲା । ଯେତେବେଳେ ପୁନର୍ବାର ବିମାନ ଉଡ଼ାଣ କରିବାର ସମୟ ଆସିଲା, ପାଇଲଟ ବିମାନ ଚଳାଇବାକୁ ମନା କରିଦେଇଥିଲେ ।
ସେ କହିଥିଲେ ଯେ ତାଙ୍କର ଡ୍ୟୁଟି ସମାପ୍ତ ହୋଇଯାଇଛି, ସେ ବିମାନ ଉଡ଼ାଇବେ ନାହିଁ । ଏହା ଶୁଣି ବିମାନରେ ବସିଥିବା ଯାତ୍ରୀମାନେ ରାଗିଯାଇ ପ୍ରତିବାଦରେ ଓହ୍ଲାଇବାକୁ ମନା କରିଦେଇଥିଲେ । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ପିକେ-୯୭୫୪ ବିମାନ ରିୟାଦ ଇସଲାମାବାଦ ଅଭିମୁଖେ ଉଡାଣ କରିଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଦମମରେ ବିମାନ ଅବତରଣ କରିଥିଲା । ଏହା ପରେ ପାଇଲଟ ଡ୍ୟୁଟି ଶେଷ ହୋଇଛି ବୋଲି କହି ବିମାନକୁ ଇସଲାମାବାଦକୁ ନେବାକୁ ମନା କରିଦେଇଥିଲେ । ଏହା ଶୁଣି ଯାତ୍ରୀମାନଙ୍କ କ୍ରୋଧ ବଢିଯାଇଥିଲା । ଯାତ୍ରୀମାନେ ଏହାର ପ୍ରତିବାଦରେ ବିମାନରୁ ଓହ୍ଲାଇବାକୁ ମନା କରିଦେଇଥିଲେ । ପରିସ୍ଥିତି ନିୟନ୍ତ୍ରଣରୁ ବାହାରିବା ଦେଖି ବିମାନବନ୍ଦରରେ ସୁରକ୍ଷାକର୍ମୀଙ୍କୁ ଡକାଯାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ନିଆଯାଇଥିଲା । ଏହି ପ୍ରସଙ୍ଗରେ ପିଏଆଇ ମୁଖପାତ୍ର କହିଛନ୍ତି ଯେ, ବିମାନର ସୁରକ୍ଷା ପାଇଁ ପାଇଲଟମାନେ ବିମାନ ଉଡ଼ାଣ ପୂର୍ବରୁ ଉପଯୁକ୍ତ ବିଶ୍ରାମ ନେବା ଆବଶ୍ୟକ, ତେଣୁ ଏହି ବ୍ୟବସ୍ଥା କରାଯାଇଥିଲା । ବୋଧହୁଏ ସେଥିପାଇଁ ପାଇଲଟ୍ ଏପରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking