40.1 C
Bhubaneswar
Thursday, April 25, 2024
Homeଓଡିଶାଖୋର୍ଦ୍ଧା ଜିଲ୍ଲାରେ ୨୨ଶିକ୍ଷକଙ୍କ ଦରମା ବନ୍ଦ

ଖୋର୍ଦ୍ଧା ଜିଲ୍ଲାରେ ୨୨ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର: ଆକ୍ସନମୁଡରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ । ସକାଳୁଆ ସ୍କୁଲରେ ଶିକ୍ଷକମାନେ କେତେ ବେଳେ ପହଁଞ୍ଚଛନ୍ତି ଏବଂ ପାଠପଢ଼ା କିପରି ଭାବେ ଚାଲିଛି ତାହାର ତଦନ୍ତ କରିବାକୁ ଲାଗି ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଖୋଦ ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ମଙ୍ଗଳବାର ରାଜଧାନୀର ୬ଟି ସ୍କୁଲ ନିଜେ ଭୋର ୫ଟାରୁ ବୁଲି ପରିଦର୍ଶନ କରିଥିବା ବେଳେ ଖୋର୍ଦ୍ଧା ଜିଲାସ୍ତରରେ ଡିଇଓ ଏବଂ ଏଡିଇଓ ପରିଦର୍ଶନ କରିଛନ୍ତି । ରାଜଧାନୀର ଆଇଆର୍‌ସି ଭିଲେଜ ହାଇସ୍କୁଲ ସମେତ ପାୱାରହାଉସ ସରକାରୀ ଉଚ୍ଚବିଦ୍ୟାଳୟ, ୟୁନିଟ୍‌-୬ ଉଭୟ ବାଳକ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ୟୁନିଟ୍ ୧ସ୍ଥିତ ୨ଟି ସ୍କୁଲରେ ଶ୍ରୀ ସାହୁ ଅଚାନକ ପହଁଞ୍ôଛଥିଲେ ।

ତେବେ ସକାଳୁଆ ସ୍କୁଲ ଲାଗି ନିର୍ଦ୍ଧାରିତ ସମୟରେ କିଛି ସ୍କୁଲରେ ଶିକ୍ଷକମାନେ ପହଞ୍ôଚନଥିବା ସେ ଦେଖିଥିଲେ । ଏପରିକି ଅନେକ ସ୍କୁଲରେ ୬ଟା୩୦ ସୁଦ୍ଧା ଅନେକ ସ୍କୁଲରେ କିଛି ଶିକ୍ଷକ ପହଞ୍ôଚପାରିନଥିଲେ । ତେଣୁ ନିର୍ଦ୍ଧାରିତ ସମୟରେ ଯେଉଁ ଶିକ୍ଷକମାନେ ସ୍କୁଲରେ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋଟ ଉପରେ ୨୨ଜଣ ଶିକ୍ଷକଙ୍କ ଦରମା ବନ୍ଦ ହୋଇଥିବା ବେଳେ ଆଉ କିଛି ଶିକ୍ଷକ ଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ଏପରି ଅଚାନକ ସ୍କୁଲ ପରିଦର୍ଶନ ଏବଂ ଅନୀୟମିତତା ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ସବୁ ସ୍ତରରେ ସ୍ୱାଗତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking